ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

May 24, 2019, ଓଡ଼ିଶା, , Anupambharat News Bureau


ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ
Anupambharat News Bureau
May 24, 2019

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ବିଜୁ ଲିଗାସି ଛାଡି ମୋଦି ଲିଗାସି ଆସିବାରୁ ଲୋକେ ରାଗିଯାଇ ଭୋଟ୍‌ ଦେଲେ ନାହିଁ । ସେଥିପାଇଁ ମୁଁ ହାରିଗଲି ବୋଲି ବାଲିକୁଦା- ଏରସମା ଆସନରୁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ଡା. ଦାମୋଦର ରାଉତ କହିଛନ୍ତି । ଓଡିଶା ବିଜୁମୟ ହୋଇଥିବା ବେଳେ ମୋଦିଙ୍କ ଲୋକପ୍ରିୟତା ବଢିଛି । ଫଳରେ ଲୋକସଭା ଏବଂ ବିଧାନସଭାରେ ଭୋଟିଂ ପ୍ରତିଶତ ଗତ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି । ଲୋକସଭାରେ ପୂର୍ବରୁ ବିଜେପି ୨୧ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ଏଥର ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିିପରି ବିଧାନସଭା ନିର୍ବାଚନରେ ବିଜେପିର ଭୋଟିଂ ହାର ୧୮ ପ୍ରତିଶତ ଥିବା ବେଳେ ଏଥର ତାହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଲୁଣା ପାଣିରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ଦେଖାଇଥିବା ଦାମଙ୍କ ଏସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ନିର୍ବାଚନ ପରିଚାଳନା ଯେଉଁ ଭଳି ଭାବେ
କରିବା କଥା ତାହା ନା କଂଗ୍ରେସ ନା ବିଜେପି କରିପାରିଲେ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଶାସନ କଳ , ରାଜ୍ୟ ପ୍ରଶାସନିକ ଅଧିକାରୀ ଓ ପୋଲିସ୍‌କୁ ଧରି ଗୋପନୀୟ ଭାବେ ପରିଚାଳନା କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

Read More...

 ଜୟ ନାରାୟଣ ହେବେ ବିରୋଧୀଦଳର ନେତା

ଜୟ ନାରାୟଣ ହେବେ ବିରୋଧୀଦଳର ନେତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page