ଜୟ ନାରାୟଣ ହେବେ ବିରୋଧୀଦଳର ନେତା

May 24, 2019, ଓଡ଼ିଶା, , Anupambharat News Bureau


 ଜୟ ନାରାୟଣ ହେବେ ବିରୋଧୀଦଳର ନେତା
Anupambharat News Bureau
May 24, 2019

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ): ବିଧାନସଭାରେ ବିରୋଧୀଦଳର ନେତା ଚୟନ ନେଇ ଖୁବ୍‌ ଶୀଘ୍ର ନବ ନିର୍ବାଚିତ ବିଜେପି ବିଧାୟକ ମାନଙ୍କର ବୈଠକ ବସିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ନିଆଯିବାକୁ ଥିବା ପ୍ରସ୍ତାବ ନୂତନ ବାଚସ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରମୁଖ ବିରୋଧି ଦଳ ଭୂମିକାରେ ରହିଥିଲା ବେଳେ ଚଳିତ ନିର୍ବାଚନରେ ବିଜେପି ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଛି । ବିଜେପିର ୨୩ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସର ସର୍ବନିମ୍ନ ୯ ଜଣ ବିଧାୟକ ନିର୍ବାଚିତ ହୋଇ ତୃତୀୟ ସ୍ଥାନରେ ରହିଛନ୍ତି । ବିରୋଧି ଦଳର ନେତା କିଏ ହେବ ସେଥିନେଇ ସମ୍ବଲପୁର ଆସନରୁ ନିର୍ବାଚିତ ହୋଇଥିବା ଜୟ ନାରାୟଣ ମିଶ୍ରଙ୍କ ନାମ ବିଶେଷ ଭାବେ ଚର୍ଚ୍ଚା ହେଉଥିବାର ପରିଲକ୍ଷିତ ହେଉଛି । ଅନ୍ୟପକ୍ଷେ ବିରୋଧୀ ଦଳ ନେତା କିଏ ହେବ ତାହା ଦଳ ନିଷ୍ପତ୍ତି ନେବ ବୋଲି ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି । ଦଳ ଯେଉଁ ଦାୟିତ୍ୱ ଦିଏ ତାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

Read More...

ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page