ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ

October 08, 2021, ଓଡ଼ିଶା, , Anupambharat News Bureau


ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ
Anupambharat News Bureau
October 08, 2021


ଖୋର୍ଦ୍ଧା,୮ା୧୦(ଅନୁପମ ମିଡ଼ିଆ): ବିଜେଡ଼ିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ଯିବାକୁ ପଡ଼ିଛି । ଦୀର୍ଘ ଏକ ମାସ ଧରି ଆଇନ ସହ ଲୁଚକାଳି ଖେଳିବା ପରେ ଆଜି ବିଧାୟକ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏଡିଜେ-୧ ସମର ବିଳାସ ବେହେରା ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଏହାର ବିଚାର କରି ଜଗଦ୍ଦେବଙ୍କ ଜାମିନକୁ ଖାରଜ ପରେ ତାଙ୍କୁ ବିଚାରବିଭାଗୀୟ ଅଦାଲତକୁ ପଠାଯାଇଛି ।
ଗତ ସେପେଫମ୍ବର ୮ରେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ କରିଥିଲେ । ଏନେଇ ନିରଞ୍ଜନ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ । ତେବେ ଗିରଫଦାରୀକୁ ଏଡାଇବା ଲାଗି ବିଧାୟକ ଫେରାର ଥିଲେ । ଏହି ମାମଲାରେ ଆଗୁଆ ଜାମିନ ବିଧାୟକ ହାଇକୋର୍ଟରେ କରିଥିଲେ । ହାଇକୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଥିଲେ । ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପରେ ସେହିଦିନ ଜାମିନ ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶମୁତାବକ ଆଜି ବିଧାୟକ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ସହ ଜାମିନ ଆବେଦନ କରିଥିଲେ ।
ପ୍ରକାଶଥାଉକି, ଗତ ୮ତାରିଖରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି କରାଯାଇଥିଲା । ଏହି ସମୟରେ ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀ ହିତାଧିକାରୀଙ୍କୁ ଶୃଙ୍ଖଳିତ ଏବଂ ରାଜନିତୀ କରଣ କରାନଯାଇ କାର୍ଯ୍ୟାଦେଶ ବଣ୍ଟନ ନିମନ୍ତେ ଏନଏସି କତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେଠାରେ ପହଁଚିବା ପରେ ବିଜେପି ପକ୍ଷରୁ ଏହାକୁ ବିରୋଧ କରିଥିଲେ । ଏହାକୁ କେନ୍ଦ୍ର କରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ଜଗଦ୍ଦେବ ଏବଂ ତାଙ୍କ ସମର୍ଥକମାନେ ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ସହ ହତ୍ୟା ଧମକ ଦେଇଥିବା ନେଇ ନିରଞ୍ଜନ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏହି ଆକ୍ରମଣ ସମୟରେ ଜନୈକ ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ଦେଖି ବିଧାୟକ ତାଙ୍କୁ ମଧ୍ୟ ବିଭିନ୍ନ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ନେଇ ସେ ମଧ୍ୟ ଥାନାରେ ଲିଖିତ ଅଭଯୋଗ କରିଥିଲେ ।
ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ସେଠୀଙ୍କ ଅଭିଯୋଗ ଉପରେ ୩୪୧, ୨୯୪, ୩୨୩, ୫୦୬, ସେକ୍ସନ୩ରେ ଆଟ୍ରୋସିକଫ ଆକଫରେ ୧୫୬/୨୧ରେ ପୁଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ବିଧାୟକଙ୍କ ଗିରଫଦାରୀରେ ଡେରି ହେଉଥିବାରୁ ଏହାର ପ୍ରତିବାଦରେ ସେହିମାସ ୧୬ ତାରିଖରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡ.ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ନୂଆବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରତିବାଦ କରିଥିଲେ । ତେବେ ଜଗଦ୍ଦେବଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆସିବା ପରେ ଉକ୍ତ ଦିନ ହିଁ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ

ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ

Read More...

ଏୟାର୍‌ ଇଣ୍ଡିଆକୁ କିଣିଲା ଟାଟା

ଏୟାର୍‌ ଇଣ୍ଡିଆକୁ କିଣିଲା ଟାଟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page