ଏୟାର୍‌ ଇଣ୍ଡିଆକୁ କିଣିଲା ଟାଟା

October 08, 2021, ଦେଶ, , Anupambharat News Bureau


ଏୟାର୍‌ ଇଣ୍ଡିଆକୁ କିଣିଲା ଟାଟା
Anupambharat News Bureau
October 08, 2021


ନୂଆଦିଲ୍ଲୀ,୮ା୧୦: ଦୀର୍ଘ ବର୍ଷ ଧରି ସରକାରୀ ମାଲିକାନା ସତ୍ତ୍ୱରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଡ଼ାଣ କରୁଥିବା ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ଶେଷରେ ଘରୋଇ ସଂସ୍ଥାକୁ ବିକ୍ରି କରିଦେଇଛନ୍ତି । ବିଶ୍ୱସ୍ତରରେ ଏକ ଘରୋଇ କମ୍ପାନୀ ଭାବେ ବ୍ୟବସାୟ କାରବାର କ୍ଷେତ୍ରରେ ସାମ୍ରାଜ୍ୟ ବିସ୍ତାର କରିଥିବା ଟାଟା ସନ୍ସ୍‌ ପ୍ରାଇଭେଟ୍‌ କମ୍ପାନୀ ଏହି ଏୟାର ଇଣ୍ଡିଆ କମ୍ପାନୀକୁ କ୍ରୟ କରିଛି । ଏହାର ନିଲାମ ପ୍ରକ୍ରିୟା ପରବର୍ତ୍ତୀ ସ୍ପଷ୍ଟ ହୋଇଛି ଯେ, ଟାଟା କମ୍ପାନୀକୁ ଉକ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ କମ୍ପାନୀକୁ ୧୮ ହଜାର କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି । ବିଗତ ଦିନରେ ଏୟାର ଇଣ୍ଡିଆ କମ୍ପାନୀର ଆର୍ଥିକ କ୍ଷତି ଏବଂ ଯେଉଁ ଟିକସ ବୋଝ ସମ୍ପର୍କରେ କେନ୍ଦ୍ର ସରକାର ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହାର ଭରଣା କରିବା ପାଇଁ ଏୟାର ଇଣ୍ଡିଆକୁ ଘରୋଇ କମ୍ପାନୀ ହାତରେ ବିକ୍ରି କରିଦେବା ଏକମାତ୍ର ବିକଳ୍ପ ଥିଲା । ଯାହାର ପ୍ରକ୍ରିୟା ଆଜି ସମ୍ପାଦନ ହୋଇଛି । ତେଣୁ ଗତ ଦଶନ୍ଧି ଧରି ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ଯେଉଁ ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଅନ୍ତତଃ ବନ୍ଦ କରିବା ପରିବର୍ତ୍ତେ କମ୍ପାନୀକୁ ବଞ୍ଚାଇ ରଖିବା ପାଇଁ ଘରୋଇ ହାତକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରାଯାଇଛି । ସୂଚନାଯେ, ଟାଟାସନ୍ସ ଯାହାକି ମୂଳତଃ ଏୟାର ଇଣ୍ଡିଆ ଲିମିଟେଡକୁ ୧୯୩୨ ଖ୍ରୀଷ୍ଟାଦ୍ଦରେ ଶୁଭାରମ୍ଭ କରିଥିବା ବେଳେ ପୁଣି ଏହାକୁ ୧୮ ହଜାର କୋଟି ଟଙ୍କାରେ କ୍ରୟ କରିବାକୁ ସକ୍ଷମ ହୋଇପାରିଛି । ଏହି ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଭାରତରେ ଅବସ୍ଥାପିତ ପୁଞ୍ଜି ନିବେଶ ବିଭାଗର ଜଣେ ପ୍ରମୁଖ ଅଧିକାରୀ ତୁହିନକାନ୍ତ ପାଣ୍ଡେ । ୨୦୨୧ ଶେଷ ସୁଦ୍ଧା ସରକାର ଏହାର ସମସ୍ତ ବିନିମୟ କାରବାର ସମ୍ପାଦନ କରିବେ ବୋଲି ଜଣାଯାଇଛି । ସୂଚନାଯେ, ଟାଟା ଗ୍ରୁପ୍‌ ଏୟାର୍‌ ଇଣ୍ଡିଆର ୧୫,୩୦୦ କୋଟି ଟଙ୍କାର ଯେଉଁ ଟିକସ ବୋଝକୁ ବହନ କରିବ ଏବଂ ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ପୈଠ କରିବ ।
ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପାଣ୍ଡେ । ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆ ପକ୍ଷରୁ ୬୧,୫୬୦ କୋଟି ଟଙ୍କାର ଟିକସ ବକେୟା ରହିଛି । ଟାଟାସନ୍ସ ଏୟାରଲାଇନର ସମସ୍ତ କର୍ମଚାରୀଙ୍କୁ ଅତିକମରେ ବର୍ଷକ ପାଇଁ ନିଜ ନିୟନ୍ତ୍ରଣରେ ରଖିପାରିବ । ଏହା ପୂର୍ବରୁ ଦେଶବିଦେଶର ବହୁ ଖ୍ୟାତନାମା କମ୍ପାନୀକୁ ଟାଟା କ୍ରୟ କରିବାରେ ସକ୍ଷମ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ

ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page