୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର : ୧୧ ସହରରେ ପ୍ରତିଷ୍ଠା ହେବ ଇନଡୋର ଷ୍ଟାଡିୟମ୍‌

September 21, 2021, ଓଡ଼ିଶା, , Anupambharat News Bureau


୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର : ୧୧ ସହରରେ ପ୍ରତିଷ୍ଠା ହେବ ଇନଡୋର ଷ୍ଟାଡିୟମ୍‌
Anupambharat News Bureau
September 21, 2021


ଭୁବନେଶ୍ୱର,୨୧ା୯(ଅନୁପମ ମିଡ଼ିଆ): ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡସି) ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଗୃହଭିତର (ଇନଡୋର୍‌ ) ଷ୍ଟାଡିୟମ୍‌ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦.୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମର ନିର୍ଦ୍ଦେଶକ ପରିଷଦ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକର ଆବଶ୍ୟକତା, ଆବଶ୍ୟକୀୟ ପାଣ୍ଠି ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶପାଇଁ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇ ମୁଖ୍ୟ ଶାସନ ସଚିବ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷାନୁଭୁତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହାପାତ୍ର କହିଥିଲେ ଯେ ଯେହେତୁ ନୂଆ ପ୍ରକଳ୍ପରେ ସ୍ମାର୍ଟ-ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ଆଇସିଟି ପରୀକ୍ଷାଗାର ଆଦି ବ୍ୟବସ୍ଥା ବିକଶିତ କରାଯିବ । ତେଣୁ ଶିକ୍ଷକମାନେ ଆମର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଯତ୍ନବାନ ହେବା ଦରକାର । ଏହାହେଲେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଯୋଗିତା କରିପାରିବେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦୁରୀ ଜଣାଇଥିଲେ ଯେ ଏହି ପ୍ରକଳ୍ପରେ ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ୮୮୯ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ, ଏଥିପାଇଁ ସମୁଦାୟ ୫୩୩.୪୦ କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳକୁ ମଞ୍ଜୁର କରାଯାଇଥିଲା । ୧୧ଟି ସହରାଂଚଳରେ ବହୁମୁଖୀ-ଗୃହଭିତର ଷ୍ଟାଡିୟମ୍‌ ନିର୍ମାଣ ନିମନ୍ତେ ସମୁଦାୟ ୧୦୪.୧୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ଏହି ସହରାଞ୍ଚଳ ମଧ୍ୟରେ ୯ଟି ପୈାର ନିଗମ ଏବଂ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ପୌର ନିଗମ ଗୁଡ଼ିକ ହେଲା ବେଲପାହାଡ଼, ବ୍ରଜରାଜନଗର, ଆନନ୍ଦପୁର, ବଡବିଲ୍‌, ଜୋଡା, ବିରମିତ୍ରପୁର, ରାଜଗାଙ୍ଗପୁର, ରାଉରକେଲା ଏବଂ ବ୍ୟାସନଗର ପୌର ନିଗମ ।
ସେହିପରି ଉଦଳା ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମଧ୍ୟ ଉକ୍ତ ପ୍ରକଳ୍ପରେ ସାମିଲ୍‌ କରାଯାଇଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ, ଅର୍ଥ ବିଭାଗ ପ୍ରମୁଖ ଶାସନ ଶଚିବ ବିଶାଳ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କ୍ରୀଡା ଓ ଯୁବ ବ୍ୟାପାର ଶାସନ ସଚିବ ଭିନିଲ୍‌ କ୍ରିଷ୍ଣା, ରାଜ୍ୟ ପ୍ରଦୁ୍ୟଷଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସାନ୍‌ଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଗମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପ ସମ୍ବନ୍ଧିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ଜାତିସଂଘ ପ୍ରତିନିଧି : ଏସ୍‌ଏଚ୍‌ଜିଙ୍କୁ ଦିଆଯିବ ଡିଜିଟାଲ ମାର୍କେଟିଂ ତାଲିମ

ଓଡ଼ିଶାରେ ଜାତିସଂଘ ପ୍ରତିନିଧି : ଏସ୍‌ଏଚ୍‌ଜିଙ୍କୁ ଦିଆଯିବ ଡିଜିଟାଲ ମାର୍କେଟିଂ ତାଲିମ

Read More...

ଆହୁରି ଖସିଲା କରୋନା ଗ୍ରାଫ

ଆହୁରି ଖସିଲା କରୋନା ଗ୍ରାଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page