ଆହୁରି ଖସିଲା କରୋନା ଗ୍ରାଫ

September 21, 2021, ଓଡ଼ିଶା, , Anupambharat News Bureau


ଆହୁରି ଖସିଲା କରୋନା ଗ୍ରାଫ
Anupambharat News Bureau
September 21, 2021


ଭୁବନେଶ୍ୱର, ୨୧ା୯ (ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ଗ୍ରାଫ ଆହୁରି ଖସିବାରେ ଲାଗିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୪୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୧୨୧୬ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ୪୬୨ ଜଣଙ୍କ ମଧ୍ୟରୁ ୨୬୮ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୯୪ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୨୦୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବାଲେଶ୍ୱରରୁ ୧୧ ,ଭଦ୍ରକରୁ ୧୬, କଟକରୁ ୩୦, ଜଗତସିଂହପୁର ଜିଲ୍ଲାରୁ ୩୧, କେନ୍ଦ୍ରାପଡ଼ାରୁ ୧୦, ମୟୂରଭଞ୍ଜରୁ ୧୩ , ପୁରୀରୁ ୧୩, ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟ୍‌ ପୁଲରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ କରୋନାରେ ଆଉ ୫ ଜଣ ରୋଗୀଙ୍କର ମୃତୁ୍ୟ ଘଟିଛି । ଏହା ସହ ରାଜ୍ୟରେ କରୋନା ମୃତୁ୍ୟସଂଖ୍ୟା ବଢି ୮୧୪୬ ହୋଇ ଯାଇଛି । ସୂଚନା ଅନୁସାରେ ଅନୁଗୁଳ, ଖୋର୍ଦ୍ଧା, ପୁରୀ ବାଲେଶ୍ୱର, , କଟକ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ମୃତୁ୍ୟବରଣ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର : ୧୧ ସହରରେ ପ୍ରତିଷ୍ଠା ହେବ ଇନଡୋର ଷ୍ଟାଡିୟମ୍‌

୬୪୦.୬୫ କୋଟିର ପ୍ରକଳ୍ପ ମଞ୍ଜୁର : ୧୧ ସହରରେ ପ୍ରତିଷ୍ଠା ହେବ ଇନଡୋର ଷ୍ଟାଡିୟମ୍‌

Read More...

୨୦୨୨ରୁ ଏନ୍‌ଡିଏରେ ସାମିଲ ହେବେ ମହିଳା  :ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ

୨୦୨୨ରୁ ଏନ୍‌ଡିଏରେ ସାମିଲ ହେବେ ମହିଳା :ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page