ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ

September 01, 2021, ଓଡ଼ିଶା, , Anupambharat News Bureau


ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ
Anupambharat News Bureau
September 01, 2021


ଭୁୁବନେଶ୍ୱର, ୧ା୯(ଅନୁପମ ମିଡ଼ିଆ): ଓଡ଼ିଶା ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ବୁଧବାର ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ମନ୍ତ୍ରୀ, ବିଧାୟକ ଓ ବଳିଦାନ ଦେଇଥିବା ଯବାନ ଏବଂ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକ ପ୍ରସ୍ତାବ ଗୃହୀତ କରାଯାଇଛି ।
ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରସ୍ତାବ ଆଣିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିର୍ିକ ପ୍ରସାଦ ତରିଆ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ବିବେକାନନ୍ଦ ମେହେର, ପୂୂର୍ବତନ ବିଧାୟକ ଅରୁଣ ଦେ, ଚନ୍ଦ୍ରମା ସାନ୍ତା, ଉମାକାନ୍ତ ମିଶ୍ର, ବିକ୍ରମ କେଶରୀ ବର୍ମା, ପୂର୍ବତନ ହାବିଲଦାର ସୁନିଲ କୁମାର ନାଏକ, ପୂର୍ବତନ ଓଏପିଏଫ ଅନିଲ ଏMା ଓ ରାଜ୍ୟରେ କରୋନା ସଂକ୍ରମଣ ଭଳି କଠିନ ପରିସ୍ଥ୍‌ିତିର ମୁକାବିଲା ସମୟରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ହସପିଟାଲ ଗେଷ୍ଟ ହାଉସରୁ ଭିଡିଓ କନଫ୍ରେନ୍ସିଂରେ ସାମିଲ ହୋଇ ଏହି ଶୋକ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସମର୍ଥନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତଥା ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଙ୍ଗତ ବିଧାୟକ ଓ ଜବାନ ମାନଙ୍କ ବିଷୟରେ କହିଥିଲେ ଓ ଶୋକ ପ୍ରସ୍ତାବ ପାରିତ ହୋଇଥିଲା । ଏହା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ

ଆରମ୍ଭରୁ ହଟ୍ଟଗୋଳ :ମରୁଡ଼ି ପ୍ରସଙ୍ଗରେ ଗୃହ ଅଚଳ

Read More...

ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ

ବର୍ଷା ଅଭାବରୁ ମରୁଡ଼ି ଆଶଙ୍କା: ଚାଷୀଙ୍କୁ ତୁରନ୍ତ ସହାୟତା ମିଳୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page