ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ

August 23, 2021, କ୍ରୀଡ଼ା, , Anupambharat News Bureau


ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ
Anupambharat News Bureau
August 23, 2021


ଟୋକିଓ, ୨୩ା୮: ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ ଆରମ୍ଭ ହେଉଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛି । ୯ଟି ବିଭିନ୍ନ ପ୍ରତିଯୋଗିତାରେ ଖେଳାଳିମାନେ ଅଂଶଗ୍ରହଣ କରିବେ । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପ୍ରତିଯୋଗିତା ଆୟୋଜନ ପରେ ୧୯୬୮ ମସିହା ପରଠାରୁ ପାରା ଅଲିମ୍ପିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି । ୧୯୮୪ ପରଠାରୁ ଭାରତୀୟ ଦଳ କ୍ରମାଗତ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି । ଭାରତୀୟ ଖେଳାଳି ଏଥର ଧନୁ ଚାଳନା, ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ଅଶୀ ଚାଳନା, ପାୱାର ଲିପଫିଂ, ଶୁଟିଂ, ସନ୍ତରଣ, ଟେବୁଲଟେନିସ୍‌, ତାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ । ଭାରତ ପାଇଁ ପ୍ରଥମ ଖେଳାଳି ଭାବେ ମୁରଲୀକାନ୍ତ ପେଟକାର ପଦକ ଅର୍ଜ୍ଜନ କରିଥିଲେ । ସନ୍ତରଣରେ ସେ ସ୍ୱର୍ଣ୍ଣପଦକ ଅର୍ଜ୍ଜନ
କରିଥିବା ବେଳେ ୨୦୧୬ରେ ଅନୁଷ୍ଠିତ ରିଓ ପାରା ଅଲିମ୍ପିକ୍ସରେ ଭାରତ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଅର୍ଜ୍ଜନ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ୧୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ  : ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି:ନବୀନ

ଆଉ ୧୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ : ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି:ନବୀନ

Read More...

ଅକେଫାବରରେ ଆସିପାରେ ତୃତୀୟ ଲହର

ଅକେଫାବରରେ ଆସିପାରେ ତୃତୀୟ ଲହର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page