ଅକେଫାବରରେ ଆସିପାରେ ତୃତୀୟ ଲହର

August 23, 2021, ଦେଶ, , Anupambharat News Bureau


ଅକେଫାବରରେ ଆସିପାରେ ତୃତୀୟ ଲହର
Anupambharat News Bureau
August 23, 2021


ନୂଆଦିଲ୍ଲୀ, ୨୩ା୮: ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନ (ଏନଆଇଡିଏମ) ମୁତାବକ ଅକେଫାବରରେ ଆସିପାରେ କରୋନାର ତୃତୀୟ ଲହର । ଏନଆଇଡିଏମ ଏନେଇ ପ୍ରସ୍ତୁତ ରିପୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପ୍ରଦାନ କରିଛି ।ଏହା ପୂର୍ବରୁ ବିଦେଶୀ ଏଜେନ୍ସୀ ମଧ୍ୟ ଜୁଲାଇରୁ ଅକେଫାବର ମଧ୍ୟରେ ଦେଶରେ କରୋନାର ତୃତୀୟ ଲହର ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାନର ଏକ୍ସପର୍ଟ କମିଟିର ରିପୋର୍ଟରେ ହସ୍ପିଟାଲରେ ଶିଶୁଙ୍କ ନିମନ୍ତେ ଚିକିତ୍ସା ଉପକରଣର ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ରିପୋର୍ଟରେ ତୃତୀୟ ଲହରର କାରଣ ଡେଲଫା ପ୍ଲସ୍‌ ଭେରିୟଣ୍ଟ ବୋଲି ଦର୍ଶାଯାଇଛି । ଯଦିଓ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ମୁତାବକ ଦେଶରେ ୨ ଅଗଷ୍ଟ ପର୍ଯ୍ୟନ୍ତ କରୋନାର ଡେଲଫା ପ୍ଲସ୍‌ ଭେରିୟଣ୍ଟର ୭୦ ମାମଲା ସାମ୍ନାକୁ ଆସିଥିବା କୁହାଯାଇଛି । ଏଥି ସକାଶେ ୧୬ ରାଜ୍ୟରୁ ୫୮,୨୪୦ ସାମ୍ପଲର ଯାଞ୍ଚ କରାଯାଇଛି । ତେବେ ଏହି ଲହର ଅଧିକରୁ ଅଧିକ ଶିଶୁଙ୍କୁ ସଂକ୍ରମଣ କରିବା ସହିତ ବୟସ୍କଙ୍କୁ ମଧ୍ୟ ପ୍ରଭାବିତ କରିବ । ଏଣୁ କେନ୍ଦ୍ର ସରକାର ଏଦିଗରେ ଚିକିତ୍ସା ନିମନ୍ତେ ପ୍ରସ୍ତìତ ରହିବାକୁ ସୁପାରିଶ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶରେ ଉକ୍ତ କମିଟି ଗଠନ କରାଯାଇଥିଲା ।
ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ଭେଣ୍ଟିଲେଟର ଓ ଆମ୍ବୁଲାନ୍ସ ପ୍ରଭୃତି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ସଜାଗ ହୋଇଛି । ଶିଶୁମାନଙ୍କ ମଧ୍ୟରେ ଟିକାକରଣଙ୍କୁ ମଧ୍ୟ ରିପୋର୍ଟରେ ପ୍ରାଧାନ୍ୟତା ଦିଆଯାଇଛି । ଅକେଫାବର ମାସରେ ଏହି ତୃତୀୟ ଲହର ପ୍ରଭାବିତ ହେବ ବୋଲି ପୂର୍ବରୁ ମଧ୍ୟ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ଆକଳନ କରାଯାଇଥିଲା । କେତେକ ଗବେଷଣାରତ ତଥ୍ୟରେ ମଧ୍ୟ ତୃତୀୟ ଲହର ସମ୍ପର୍କରେ ଆକଳନ କରାଯାଇଛି । ପିଲାମାନଙ୍କୁ ଚିକିତ୍ସା କରାଇବା ନିମନ୍ତେ ସ୍ୱତନ୍ତ୍ର କୋଭିଡ଼ ୱାର୍ଡ ସ୍ଥାପନ ସହିତ ଶିଶୁମାନଙ୍କର ଦେଖାଚାହାଁ କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଆଟେଣ୍ଡାଣ୍ଟ କିମ୍ବା ଅଭିଭାବକ ମଧ୍ୟ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ପାଖରେ ରହିପାରିବେ, ଏ ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ

ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ

Read More...

ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ

ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page