ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ

August 19, 2021, ଓଡ଼ିଶା, , Anupambharat News Bureau


ପୂରଣ ହେବ ୧୧,୦୦୬  ନର୍ସିଂ ଅଫିସର ପଦବୀ
Anupambharat News Bureau
August 19, 2021


ଭୁବନେଶ୍ୱର, ୧୯ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି ।
ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମାତୃଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ । ଏହିସବୁ ପଦବୀ ଗୁଡିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ । ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ ।
ଏହି ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସ୍ପିିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ନେଇନଥିଲେ ବିଧାନସଭାକୁ ମନା

ଟିକା ନେଇନଥିଲେ ବିଧାନସଭାକୁ ମନା

Read More...

ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ :  ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ

ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ : ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page