ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ : ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ

August 19, 2021, ଦେଶ, , Anupambharat News Bureau


ଦ୍ୱିତୀୟ ଡୋଜ୍‌ ନେବା ପରେ ବି ସଂକ୍ରମଣ :  ୮୭ ହଜାରରୁ ଊର୍ଦ୍ଧ୍ୱ ପୁଣି ଆକ୍ରାନ୍ତ
Anupambharat News Bureau
August 19, 2021


ନୂଆଦିଲ୍ଲୀ,୧୯ା୮: ଭାରତରେ କୋଭିଡ଼-୧୯ ସଂକ୍ରମଣର ମାତ୍ରା ବର୍ଦ୍ଧିତ ଗତିରେ ରହୁଥିବା ବେଳେ ମୃତକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବିଗତ ୨୪ ଘଣ୍ଟାରେ ଦେଶରେ ୫୩୦ ଜଣ କରୋନା ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୪ଲକ୍ଷ ୩୩ ହଜାରରୁ ଉର୍ଦ୍ଧ୍ୱକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଦେଶରେ ୩୬ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମଣର ଶିକାର ହେବା ଯୋଗୁଁ ୩ କୋଟି ୨୩ ଲକ୍ଷ ୨୨ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ରେକର୍ଡ ମୁତାବକ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥ ମଧ୍ୟ ହୋଇଛନ୍ତି । କେରଳରେ ସର୍ବାଧିକ ହାରରେ ଗତ ୨୪ ଘଣ୍ଟାରେ ୨୧ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ହାରରେ ୧୭୯ ସଂଖ୍ୟକ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ କେରଳରେ କୋଭିଡ଼ ମୃତକଙ୍କ ସଂଖ୍ୟା ୧୯ ହଜାରର୍‌ୁ ଉର୍ଦ୍ଧ୍ୱକୁ ପହଞ୍ଚିଛି । ଏହା ବ୍ୟତୀତ ମହାରାଷ୍ଟ୍ରରେ ଦିନରେ ୧୫୮ ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ରାଜ୍ୟରେ ସମୁଦାୟ କୋଭିଡ଼ ମୃତକଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । ମହାରାଷ୍ଟ୍ରରେ ଦିନକରେ ୫ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି, ତେଣୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷରେ ପହଞ୍ଚିଛି । କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ଉର୍ଦ୍ଧ୍ୱରେ ରହୁଥିବାରୁ ନିର୍ଦ୍ଧିଷ୍ଟ କେତେକ ରାଜ୍ୟରେ ସ୍ଥିତି ସାଂଘାତିକ ରହିଛି । ଯଥେଷ୍ଟ ଟିକା ଅଭାବରୁ ବହୁ ଅଞ୍ଚଳରେ ସାଧାରଣ ଜନତା ଟିକାଦାନରୁ ବଞ୍ଚିତ ହେଉଛନ୍ତି ।
କେରଳରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରି ମଧ୍ୟ ବହୁ ସଂଖ୍ୟକ ବ୍ୟକ୍ତି କୋଭିଡ଼-୧୯ ସଂକ୍ରମଣର ଶିକାର ହେଉଥିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାଜ୍ୟରେ ଇତିମଧ୍ୟରେ ୮୭ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦ୍ୱିତୀୟ ଡୋଜ ଟିକା ନେଇ ମଧ୍ୟ ପୁଣି ପଜିଟିଭ ଚିହ୍ନଟ ହୋଇ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସମଗ୍ର ଦେଶରେ ଏଭଳି ଟିକା ଗ୍ରହଣ କରି ପୁଣି ସଂକ୍ରମଣର ଶିକାର ହେଉଥିବା କ୍ଷେତ୍ରରେ କେରଳରୁ ହିଁ ୪୬ ପ୍ରତିଶତ ବ୍ୟକ୍ତି ଏଭଳି ଦ୍ୱିତୀୟ ଡୋଜ୍‌ ଟିକା ନେବା ପରେ ପୁଣି ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । କେରଳରେ ଇତିମଧ୍ୟରେ ୪୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ପଜିଟିଭ ଚିହ୍ନଟ
ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ
ପାଇଁ ଏହା ନିହାତି ଚିନ୍ତାର ବିଷୟ ହୋଇଛି । ଅନ୍ୟ କେତେକ ଦେଶରେ ଡେଲ୍‌ଟା ଭାରିଏଣ୍ଟ ସଂକ୍ରମଣ ଆଶଙ୍କା ଦେଖିବାକୁ ମିଳିଛି । ଭାରତରେ ସୃଷ୍ଟି ହୋଇଥିବା ଏହି ଡେଲ୍‌ଟା ପ୍ରଥମେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ବ୍ୟକ୍ତି ଡେଲ୍‌ଟା ସଂକ୍ରମଣର ଶିକାର ହେବା ସହିତ ପ୍ରଥମ ଡେଲ୍‌ଟା ମୃତୁ୍ୟ ମଧ୍ୟ ମହାରାଷ୍ଟ୍ରରେ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂରଣ ହେବ ୧୧,୦୦୬  ନର୍ସିଂ ଅଫିସର ପଦବୀ

ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ

Read More...

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ :  ଦ୍ୱିତୀୟ ସ୍ଥାନରେ ନବୀନ

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ଦ୍ୱିତୀୟ ସ୍ଥାନରେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page