ଜଗାଦର୍ଶନ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

August 11, 2021, ଓଡ଼ିଶା, , Anupambharat News Bureau


ଜଗାଦର୍ଶନ ଲାଗି ପରିଚୟପତ୍ର ବାଧ୍ୟତାମୂଳକ
Anupambharat News Bureau
August 11, 2021


ପୁରୀ,୧୧ା୮ଅନୁପମ ମିଡ଼ିଆ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ସମସ୍ତ ଦର୍ଶନାର୍ଥୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ସଟଡ଼ାଉନ୍‌ ଦିନମାନଙ୍କରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍କୁ ସାନିଟାଇଜ୍‌ କରାଯିବ । ଏଥି ଲାଗି ଦର୍ଶନାର୍ଥୀମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ମୁଖ୍ୟପ୍ରଶସକ ଡ଼କଫର କ୍ରିଷନ କୁମାରଙ୍କ ପକ୍ଷରୁ ଆଜି ଜାରି ନୂତନ ନିର୍ଦ୍ଦେଶ ନାମାରେ ଏହା ସ୍ପଷ୍ଟ କରାଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂତନ ଏସ୍‌ଓପିରେ ସେବକ ପରିବାରର ସଦସ୍ୟମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଓ ୧୩ ତାରିଖରେ ସେବକ ପରିବାର ସଦସ୍ୟମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ସେମାନେ ଶ୍ରୀମନ୍ଦିରର ଯେକୌଣସି ଦ୍ୱାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ନିଜ ନିଜର ହେଲ୍‌ଥଇନ୍ସìରାନ୍ସ,ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପରିଚୟ ପତ୍ର, ଆଧାରକାର୍ଡ଼ ଅଥବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ । କୌଣସି ବାହାରର ବ୍ୟକ୍ତିଙ୍କୁ ସେବକ ପରିବାର ସଦସ୍ୟମାନଙ୍କ ସହିତ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଦିଆଯାଇଛି । ସେହିପରି ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ସହରର ଦର୍ଶନାର୍ଥୀମାନେ ଶ୍ରୀମନ୍ଦିର ସଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଥିବା ଜୋତାଷ୍ଟାଣ୍ଡ ସମ୍ମୁଖସ୍ଥ ବ୍ୟାରିକେଡ଼ ଦେଇ ପ୍ରବେଶ କରିବେ । ତେବେ ଏଥିପାଇଁ ସେମାନଙ୍କୁ ନିଜ ନିଜର ଆଧାରକାର୍ଡ଼ କିମ୍ବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ । ସମସ୍ତ ଦର୍ଶନାର୍ଥୀ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ୨୧ ତାରିଖ ଶନିବାର ଓ ୨୨ ତାରିଖ ରବିବାର ସାପ୍ତାହିକ ସଟଡ଼ାଉନ୍‌ କଟକଣା ସୁଯୋଗ ଶ୍ରୀମନ୍ଦିର ବନ୍ଦ ରହିବ । ୨୩ ତାରିଖ ଠାରୁ ସମସ୍ତ ଦର୍ଶନାର୍ଥୀମାନଙ୍କୁ ଦର୍ଶନ ସୁଯୋଗ ମିଳିବ । ସକାଳ ୭ଟାଠାରୁ ସନ୍ଧ୍ୟା୭ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । କି;ୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଦୁଇଡ଼ୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ଅବଧି ମଧ୍ୟରେ କରୋନ ସଂକ୍ରମିତ ହୋଇନଥିବା ଡ଼ାକ୍ତରୀ ପ୍ରମାଣପତ୍ର ସହିତ ଆଧାରକାର୍ଡ଼ ଅଥବା ଭୋଟର ପରିଚୟପତ୍ର ବାଧ୍ୟତା ମୂଳକ କରାଯାଇଛି । ଦର୍ଶନାର୍ଥୀମାନେ ନିର୍ଦ୍ଧାରିତ ସ୍ଥାନରେ ପରିଚୟ ପତ୍ର ପ୍ରଦାନ କରି ହାତ ସାନିଟାଇଜ୍‌ କରିବେ । କିଓସ୍କରେ ସ୍କାନିଂ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସମସ୍ତ ଦର୍ଶନାର୍ଥୀ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ ସାନିଟାଇଜ୍‌ରରେ ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ । ଶ୍ରୀମନ୍ଦିର ମଧ୍ୟରେ ଦର୍ଶନାର୍ଥୀମାନେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ଛୁଇଁବେ ନାହିଁ । ଫୁଲ,ଭୋଗ ଓ ଦୀପ ଶ୍ରୀମନ୍ଦିର ମଧ୍ୟକୁ ନେଇ ପାରିବେନାହିଁ ବୋଲି ନିର୍ଦ୍ଦେଶ ନାମାରେ କୁହାଯାଇଛି । ଶ୍ରୀମନ୍ଦିର ମଧ୍ୟରେ
ପାନଛେପ ଓ ଗୁଟୁକା ଖାଇ ଛେପ ପକାଇବା ନିଷେଧ କରାଯାଇଛି । ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜୋରିମାନ ଦେବାକୁ ପଡ଼ିବ । ଏଥିସହିତ ଶ୍ରୀମନ୍ଦିର ମଧ୍ୟକୁ ପଲିଥିନ୍‌ ନେବାକୁ ବାରଣ କରାଯାଇଛି । ପଲିଥିନ ନେଇଯାଇଥିବା ବ୍ୟକ୍ତିଙ୍କୁ ୧୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଆନନ୍ଦବଜାର ଓ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଆସନ୍ତା ଜନ୍ମାଷ୍ଟମୀ ଓ ଗଣେଷ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପ୍ରକାଶିତ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ବିଭିନ୍ନ ବର୍ଗର ଦର୍ଶନାର୍ଥୀଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯିବ । ଦର୍ଶନାର୍ଥୀମାନଙ୍କ ଲାଗି ଜଗନ୍ନାଥ ବଲ୍ଲଭ ମଠ ପରିସର କିମ୍ବା ଅନ୍ୟସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ଜନିତ କଟକଣାକୁ ଆଖିଆଗରେ ରଖି ୬୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ,୧୦ ବର୍ଷରୁ କମ୍‌ ବୟସର ଶିଶୁ ଓ ଗର୍ଭବତୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ନକରିବା ଲାଗି ପରାମର୍ଶ ଦିଆଯାଇଛି । ତେବେ ଉପରୋକ୍ତ ନିର୍ଦ୍ଦେଶନାମାକୁ ବାରମ୍ବାର ସମୀକ୍ଷା କରାଯିବ । କୋଭିଡ଼ ଗାଇଡ଼ ଲାଇନ୍‌ ଅନୁଯାୟୀ ନିର୍ଦ୍ଦେଶନାମାର ପରିବର୍ତ୍ତନ କରାଯିବ ବୋଲି ମୁଖ୍ୟପ୍ରଶାସକଙ୍କ ସ୍ୱାକ୍ଷରରେ ପ୍ରକାଶିତ ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Read More...

ହିମାଚଳରେ ଭୂÕଳନ  : ୧୧ ମୃତ, ୪୦ ନିଖୋଜ

ହିମାଚଳରେ ଭୂÕଳନ : ୧୧ ମୃତ, ୪୦ ନିଖୋଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page