ହିମାଚଳରେ ଭୂÕଳନ : ୧୧ ମୃତ, ୪୦ ନିଖୋଜ

August 11, 2021, ଦେଶ, , Anupambharat News Bureau


ହିମାଚଳରେ ଭୂÕଳନ  : ୧୧ ମୃତ, ୪୦ ନିଖୋଜ
Anupambharat News Bureau
August 11, 2021


ନୂଆଦିଲ୍ଲୀ,୧୧ା୮: ହିମାଚଳପ୍ରଦେଶରେ ବୁଧବାର ଏକ ବଡ଼ଧରଣର ଭୂÕଳନରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଖୋଜ ଥିବା ସୂଚନାରୁ ଜଣାପଡିଛି । ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି ।
ଆଜି ଅପରାହ୍ନରେ ରାଜ୍ୟର କିନାଉରଠାରେ ଏହି ଦୁଖଦଃ ଘଟଣା ଘଟିଛି । ଭୂÕଳନ ଯୋଗୁଁ ଏକ ବିରାଟକାୟ ମାଟିଅତଡ଼ା ଧସି ପଡିଥିଲା, ଏଥିରେ ବହୁ ସଂଖ୍ୟକ ଯାନବାହାନ ମାଟି ତଳେ ପୋତି ହୋଇ ରହିଛନ୍ତି । ଘଟଣାସ୍ଥଳରେ ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ ବସ୍‌ରେ ୪୦ ଜଣ ଯାତ୍ରୀ ସିମ୍‌ଲା ଯାଉଥିବା ବେଳେ ଉକ୍ତ ବସ୍‌ଟି ହିଁ ମାଟି ତଳେ ପୋତି ହୋଇରହିଯାଇଛି । ଏକ ସରକାରୀ ବସ୍‌, ଗୋଟିଏ ଟ୍ରକ୍‌ ଓ କେତେକ କାର ମାଟି ତଳେ ପୋତି ହୋଇ ରହିଥିବା ଯୋଗୁଁ ରାସ୍ତା ଅବରରୋଧ ହୋଇଯାଇଛି ଏବଂ ଉଭୟ ପଟୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ରେକଙ୍ଗପିଓ-ସିମ୍‌ଲା ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । ସଙ୍କଟାପନ୍ନ ଅବସ୍ଥାରେ ୧୦ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଇଣ୍ଡୋତିବତୀୟ ସୀମା ପୋଲିସ (ଆଇଟିବିପି)ର ୨୦୦ ସଦସ୍ୟ ବିଶିଷ୍ଟ ଟ୍ରୁପ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ଆଇଟିବିପିର ମୁଖପାତ୍ର ବିବେକ ପାଣ୍ଡେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ଉକ୍ତ ଅଞ୍ଚଳ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଟିମ୍‌କୁ ଏହି ଦୁର୍ଘଟଣା ସ୍ଥଳକୁ ପଠା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି ଯେ, ରାଜ୍ୟସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ । ସମ୍ଭବତଃ ପାଗ ଅତ୍ୟନ୍ତ ପ୍ରତିକୁଳ ଅବସ୍ଥାରେ ଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ବିଳମ୍ବିତ ହେଉଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗାଦର୍ଶନ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

ଜଗାଦର୍ଶନ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

Read More...

ଠିକ୍‌ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ଠିକ୍‌ ସମୟରେ ହେବ ପଞ୍ଚାୟତ ନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page