ବିଧାୟିକାଙ୍କ ଘର ଉପରେ ଆକ୍ରମଣ

August 05, 2021, ଓଡ଼ିଶା, , Anupambharat News Bureau


ବିଧାୟିକାଙ୍କ ଘର ଉପରେ ଆକ୍ରମଣ
Anupambharat News Bureau
August 05, 2021



ଖଲ୍ଲିକୋଟ,୫ା୮(ଅନୁପମ ମିଡ଼ିଆ): ଖଲ୍ଳିକୋଟ ବିଧାୟକଙ୍କ ସମର୍ଥକ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ବିବାଦ ଗୁରୁବାର ଉଗ୍ର ରୂପ ଧାରଣ କରିଛି । ବିପକ୍ଷ ଗୋଷ୍ଠୀ ବିଧାୟକଙ୍କ ଘର ଉପରେ ଆକ୍ରମଣ ସହ ସେଠାରେ ଥିବା ତିନୋଟି ବାଇକ୍‌ ଭଙ୍ଗାରୁଜା କରିଛନ୍ତି । ଏପରିକି ବିଧାୟକଙ୍କ ସମର୍ଥକ କୁହାଯାଉଥିବା ଦୁଇ ଜଣଙ୍କୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏପରିକି ଏହି ଗୋଷ୍ଠୀ ପକ୍ଷରୁ ଗ୍ରାମରେ ଘନ ଘନ ବୋମା ମାଡ଼ ଯୋଗୁ ପରିସ୍ଥିତି ଅଧିକ ସମ୍ବେଦନଶୀଳ ଆଡ଼କୁ ଗତି କରୁଥିବାରୁ କେଶପୁର ପାଟଣାକୁ ପୋଲିସ ଛାଉଣୀ କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ନିଜ ଗ୍ରାମ ଅଟେ । ଦୀର୍ଘ ଦିନରୁ କେଶପୁରରେ ବିଧାୟିକାଙ୍କ ସମର୍ଥକ ଓ ତାଙ୍କ ବିରୋଧୀଙ୍କ ମଧ୍ୟରେ ଛକାପrା ଲାଗି ରହିଛି । ବିଗତ ଦିନରେ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଘଟି ବହୁ ଲୋକ ଆହତ ହେବା ସହ ଏ ସମ୍ପର୍କରେ ମାଲି ମକଦ୍ଦମା ଚାଲୁ ରହିଛି । ଗତ ତିନି ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟିବା ନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଛି । ବିଧାୟିକାଙ୍କ ବିପକ୍ଷ ଗୋଷ୍ଠୀର କ୍ରମାଗତ ଆକ୍ରମଣ ଅଭିଯୋଗ ନେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଧାୟିକାଙ୍କ କିଛି ସମର୍ଥକ ଆଜି ଗଞ୍ଜାମ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲେ । ସେମାନେ ସେଠାରୁ ଫେରି କେଶପୁର ମାଛ ମାର୍କେଟଠାରେ ଓହ୍ଲାଇ ଗାଁ କୁ ଯିବା ପାଇଁ ଉଦ୍ୟତ ହେଉଥିବା ବେଳେ ୧୦ ରୁ ଊର୍ଦ୍ଧ୍ୱ ବାଇକରେ ଉକ୍ତ ଗ୍ରାମର ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ହାତରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ଫିଲ୍ମ ଷ୍ଟାଇଲରେ ମୋହନ ମଲ୍ଲିକ ଓ ସୀମାଞ୍ଚଳ ବେହେରାଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଥିଲେ । ଫଳରେ ଉଭୟେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ନିକଟରେ ଥିବା ଦମକଳ ବାହିନୀ ସେମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।ସେଠାରୁ ଆକ୍ରମଣକାରୀ ମାନେ ଅଧିକ କ୍ରୋଧାନ୍ୱ୍ୱିତ ହୋଇ ଖଲ୍ଲିକୋଟ ଆସି ସ୍ପଷ୍ଟ ଦିବାଲୋକରେ ବିଧାୟିକା ସୂର୍ଯ୍ୟମଣିଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ । ବିଧାୟିକାଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ନପାଇ ଘରର ସମ୍ମୁଖ ଭାଗ କାଚ ଭଙ୍ଗାରୁଜା ସହ ସେଠାରେ ଥିବା ଏକ ସ୍କୁଟି ଓ ବାଇକ ସହ ପିଏସଓଙ୍କ ବାଇକକୁ ଭାଙ୍ଗି ଦେଇଛନ୍ତି । ଏହି ଘଟଣାର ଖବର ପାଇ ବହୁ ସଂଖ୍ୟାରେ ବିଜେଡି କର୍ମୀ ରୁଣ୍ଡ ହୋଇ ଏଭଳି ଆକ୍ରମଣର ନିନ୍ଦା କରୁଥିବାର ଦେଖା ଯାଇଥିଲା । ସେପଟେ କେଶପୁର ଗ୍ରାମରେ ବିରୋଧୀଙ୍କ ଦ୍ୱାରା ବିଧାୟିକାଙ୍କ ସମର୍ଥକଙ୍କୁ ଭୟଭୀତ କରିବା ପାଇଁ ଘନ ଘନ ବୋମା ମାଡ଼ ହୋଇଛି । ଗ୍ରାମରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଚଳାଇ ଥିବାର ସୂଚନା ମିଳିଛି । ଛତ୍ରପୁର ଏସ୍‌ଡିିପିଓ ଗୌତମ କିଷାନ ସଦଳ ବଳେ ବିଧାୟିକାଙ୍କ ବାସଭବନରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି । ପୋଲିସ ଯଦି ଉକ୍ତ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ
ନ କରେ ତେବେ ଆଗାମୀ ଦିନରେ ସେଠାରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ତେବେ ଘଟଣା ସମୟରେ ବିଧାୟିକା ଏବଂ ତାଙ୍କ ସ୍ୱାମୀ ଦଳୀୟ କାାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରେ ଥିବାରୁ ବିପକ୍ଷଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା କୁହାଯାଇଛି । ତେବେ ଘଟଣା ପାଇଁ ବିଧାୟିକା ଖଲ୍ଳିକୋଟ ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନଙ୍କୁ ଦାୟୀ କରିଛନ୍ତି । ଏଥି ସହ ଆକ୍ରମଣରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ରମ୍ଭା ଓ କୋଦଳା ଆଇଆଇସି ପହଞ୍ଚି ସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁU ଚାଷୀଙ୍କୁ କୋଭିଡ ସହାୟତା : ଏକ ଲକ୍ଷଙ୍କୁ ମିଳିଲା ୧୧ କୋଟି

ଦୁU ଚାଷୀଙ୍କୁ କୋଭିଡ ସହାୟତା : ଏକ ଲକ୍ଷଙ୍କୁ ମିଳିଲା ୧୧ କୋଟି

Read More...

ପାରମିତା ପାଇବେ ଶାରଳା ପୁରସ୍କାର

ପାରମିତା ପାଇବେ ଶାରଳା ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page