ପାରମିତା ପାଇବେ ଶାରଳା ପୁରସ୍କାର

August 05, 2021, ଓଡ଼ିଶା, , Anupambharat News Bureau


ପାରମିତା ପାଇବେ ଶାରଳା ପୁରସ୍କାର
Anupambharat News Bureau
August 05, 2021


ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ନିମନ୍ତେ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହି ପୁସ୍ତକଟି ୨୦୧୬ ମସିହାରେ ପଶ୍ଚିମା ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ । ପୁରସ୍କାର ସ୍ୱରୂପ କଥାକାର ପାରମିତା ଶତପଥୀଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । କୋଭିଡ୍‌ ପାଇଁ ଚଳିତ ବର୍ଷ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ ।
ଏହା ସହିତ କଳା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବଂଶୀଧର- ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ୍‌ ଶୀଘ୍ର ପ୍ରଦାନ କରାଯିବ ।
ପ୍ରକାଶ ଥାଉ କି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡ଼ଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍‌ ଆଣ୍ଡ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ ଇମ୍ପାକଫ୍‌ ଆନୁକୂଲ୍ୟରେ ୧୯୮୦ରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟିକାଙ୍କ ଘର ଉପରେ ଆକ୍ରମଣ

ବିଧାୟିକାଙ୍କ ଘର ଉପରେ ଆକ୍ରମଣ

Read More...

 ରବି ଜିଣିଲେ ରୌପ୍ୟ

ରବି ଜିଣିଲେ ରୌପ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page