ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ

August 03, 2021, ଓଡ଼ିଶା, , Anupambharat News Bureau


ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ
Anupambharat News Bureau
August 03, 2021


କଟକ, ୩ା୮(ଅନୁପମ ମିଡ଼ିଆ): ଚଳିତବର୍ଷର ମାଟ୍ରିକ ପରୀକ୍ଷାର ଫଳାଫଳକୁ ନେଇ ବହୁ ବାଦ ବିବାଦ ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏବେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଅଫଲାଇନ ପରୀକ୍ଷା କରାଯାଉଛିି । ତେବେ ଏହି ପରୀକ୍ଷାରେ ଆଜି ପୁଣି ଏକ ବିଭ୍ରାଟ ହୋଇଥିବା ନେଇ ପରୀକ୍ଷାର୍ଥୀମାନଙ୍କ ଭିତରେ ସଂଶୟ ପ୍ରକାଶ ପାଇଛି । ଆଜି ବୋର୍ଡ ସ୍କୁଲରେ ସାଧାରଣ ବିଜ୍ଞାନ ବିଷୟରେ ପରୀକ୍ଷା ପାଇଁ ରେଗୁଲାର ୨୦ ଜଣ ପରୀକ୍ଷାର୍ଥୀଙ୍କୁ ୨୦୧୪ ମସିହାର ଏକ୍ସ ରେଗୁଲାରର ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା । ପରୀକ୍ଷାର୍ଥୀମାନେ ଏହି ପ୍ରଶ୍ନପତ୍ର ପାଇ ହୋହଲ୍ଲା କରିଥିଲେ ।
ତେବେ କିଛି ସମୟ ପରେ ପୁନଃ ସେମାନଙ୍କୁ ସଠିକ୍‌ ପ୍ରଶ୍ନପତ୍ର ବଣ୍ଟାଯାଇଥିବା ଜଣାପଡିଛି । ବୋର୍ଡର ଏଭଳି ତ୍ରୁଟି ପାଇଁ ଛାତ୍ରଛାତ୍ରୀଙ୍କ ମହଲରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କୋଭିଡ କଟକଣା ପାଇଁ କରାଯାଇପାରିନଥିଲା । ଫଳରେ ଛାତ୍ରଛାତ୍ରୀମାନଙ୍କ ନବମ ଓ ଦଶମର କ୍ଲାସ୍‌ ଫଳାଫଳକୁ ନେଇ ଓ ସମସ୍ତ ସ୍କୁଲର ପାସ୍‌ ହାର ଅନୁଯାୟୀ ଫଳ ପ୍ରକାଶ କରାଯାଇଥିଲା । ତେବେ ବହୁ ଛାତ୍ରଛାତ୍ରୀ ଏହି ଫଳରେ ଅସନ୍ତୋଷ ପ୍ରକାଶ କରିବାରୁ ବୋର୍ଡର ଘୋଷଣା ମୁତାବକ ପୁନଃ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଥିଲେ । କୋଭିଡ୍‌ ଗାଇଡ୍‌ ଲାଇନ ଅନୁଯାୟୀ ଗତ ୩୦ ତାରିଖରୁ ଏହି ଅଫ୍‌ଲାଇନ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା କରାଯାଉଛି । ପ୍ରଥମ ଭାଷା, ଦ୍ୱିତୀୟ ଭାଷା, ତୃତୀୟ ଭାଷା ଓ ଗଣିିତ ପାଇଁ ଗୋଟିଏ ପ୍ରଶ୍ନପତ୍ର ରହିଥିଲା ବେଳେ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନର ପ୍ରଶ୍ନ ପତ୍ର ଉଭୟଙ୍କ ପାଇଁ ଭିନ୍ନ ରଖାଯାଇଛି । ତେବେ ଆଜି ବିଜ୍ଞାନ ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ବୋର୍ଡ କର୍ତ୍ତୃପକ୍ଷ ପୁଣି ଅଡୁଆରେ ପଡିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରୁ ଜଗା ଦର୍ଶନ

୧୬ରୁ ଜଗା ଦର୍ଶନ

Read More...

ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି

ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page