ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି

August 03, 2021, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି
Anupambharat News Bureau
August 03, 2021


ପୁରୀ, ୩ା୮(ଅନୁପମ ମିଡ଼ିଆ): ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ସାପ୍ତାହିକ ଓ ଦୈନିକ ହାଟ ଖୋଲିବା ଲାଗି ଜିଲ୍ଲାପ୍ରଶାସନ ଅନୁମତି ପ୍ରଦାନ କରିଛି । ଅନ୍ୟପକ୍ଷରେ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । କୋଭଡ଼ି କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ମନ୍ଦିର ମସଜିଦ୍‌,ଗୀର୍ଜା, ଗୁରୁକୂଳ, ଆଶ୍ରମ ଓ ମଠଭଳି ଧର୍ମାନୁଷ୍ଠାନ ଗୁଡ଼ିକୁ ଭକ୍ତ ଓ ପର୍ଯ୍ୟଟକମାନେ ପ୍ରବେଶ କରିପାରିବେ । ପୁରୀସହର ବ୍ୟତୀତ ଜିଲ୍ଲାର ସମସ୍ତ ସ୍ଥାନଗୁଡ଼ିକରେ ପର୍ଯ୍ୟଟକ ଓ ଭକ୍ତମାନେ ପୂର୍ବାହ୍ନ ୬ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରବେଶ କରିପାରିବେ । ଏଥିଲାଗି ଜିଲ୍ଲାପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ସାପ୍ତାହିକ ସଟ୍‌ଡ଼ାଉନ କଟକଣା ପୁରୀସହରରରେ ବଳବତ୍ତର ରହିବ । ତେଣୁ ସଟ୍‌ଡ଼ାଉନ ସମୟରେ କୌଣସି ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଧାର୍ମିକ ଅନୁଷ୍ଠାନକୁ ଯିବାକୁ ଅନୁମତି ମିଳିବ ନାହିଁ । କି;ୁ ଧର୍ମାନୁଷ୍ଠାନ ସମେତ ମଠ, ମନ୍ଦିରମାନଙ୍କରେ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ଅବ୍ୟାହତ ରହିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି । କୌଣସି ଭକ୍ତ ପ୍ରସାଦ କିମ୍ବା ଭୋଗ ଅର୍ପଣ କରିପାରିବେ ନାହିଁ ବୋଲି ପ୍ରକାଶିତ ନିର୍ଦ୍ଦେଶ ନାମାରେ ସ୍ପଷ୍ଟ କରିଦଆଯାଇଛି । ଆସନ୍ତାକାଲି ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରରେ ହେବାକୁଥିବା ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱାର ବିଶାଳସିଂ,ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସୁଜାତା ମିଶ୍ର, ସମନ୍ୱୟ କମିଟିର ସଦସ୍ୟ ଓ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାର୍ଥ ଓ ସଂକ୍ରମଣର ଅନୁପାତିକହାରକୁ ଆଖିଆଗରେ ରଖି ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ

Read More...

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ :  ଦୁଇଟି ସେତୁ ଭୁଶୁଡିଲା,  ବହୁ ଟ୍ରେନ୍‌ ଅଟକି ରହିଛି

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ : ଦୁଇଟି ସେତୁ ଭୁଶୁଡିଲା, ବହୁ ଟ୍ରେନ୍‌ ଅଟକି ରହିଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page