ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

July 17, 2021, ଓଡ଼ିଶା, , Anupambharat News Bureau


ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌
Anupambharat News Bureau
July 17, 2021

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏବଂ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ୍‌ କରାଯିବ । ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ଆଇସୋଲେସନ୍‌ ରୁମ୍‌ ରହିବ । ସମସ୍ତ ପରୀକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତାଙ୍କର ଥର୍ମାଲ ସ୍କାନିଂ କରାଯିବ । ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ବିନା ମାସ୍କରେ ଗଲେ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ନାହିଁ । ପରୀକ୍ଷା ପରିଚାଳନାରେ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରାଯିବ । ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସାନିଟାଇଜେସନ୍‌ ହେବ, କୋଭିଡ୍‌ ନିୟମର ପାଳନ କରାଯିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ହେବ ପରୀକ୍ଷା । ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ଅଗଷ୍ଟ ୨୨ ତାରିଖ ଭିତରେ ବାହାରିବ ଅଫଲାଇନ୍‌ ମାଟ୍ରିକ୍‌ ରେଜଲଫ । ପରୀକ୍ଷା କେନ୍ଦ୍ରରେ କରୋନା ନିୟମ ପାଳନର ତଦାରଖ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କୋଭିଡ୍‌ ସ୍କାର୍ଡ ରହିବେ । ଉଲ୍ଲେଖ୍ୟଯୋଗ୍ୟ ମାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସ;ୁଷ୍ଟ ରହିଥିଲେ, ସେମାନଙ୍କ ପାଇଁ ଅଫଲାଇନ୍‌ ପରୀକ୍ଷାର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ । ଏଥିପାଇଁ ଗତ ଜୁଲାଇ ୫ ତାରିଖରୁ ୧୫ ତାରିଖ ମଧ୍ୟରେ ଫର୍ମଫିଲପ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଗଣଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ, ୧୫ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବା ନେଇ ଫର୍ମଫିଲପ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

Read More...

୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ :  ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ : ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page