୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ : ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

July 17, 2021, ଓଡ଼ିଶା, , Anupambharat News Bureau


୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ :  ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ
Anupambharat News Bureau
July 17, 2021


ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ):ଆସନ୍ତା ୨୬ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆସନ୍ତା ୨୬ରୁ ଆରମ୍ଭ ହେବ । ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ପରୀକ୍ଷା ପରେ ଖୋଲାଯିବ । ତେବେ ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ରହିବ । ଏଥିସହ ସମସ୍ତ ଶ୍ରେଣୀର ଅନଲାଇନ୍‌ କ୍ଲାସ୍‌ ଜାରି ରହିବ । ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଖୋଲିବ । ସ୍କୁଲରେ ଖେଳଛୁଟି ହେବନି । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ମାନଙ୍କରେ ସ୍କୁଲ ବନ୍ଦ ରହିବ । ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତିି ନେବେ । ଅପରପକ୍ଷରେ ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ଶ୍ରେଣୀ ଖୋଲିବା ନେଇ ଚିନ୍ତା କରାଯିବ । ଯଦି ପରିସ୍ଥିତି ଠିକ୍‌ ରହେ ତେବେ ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଖୋଲିପାରେ । ସେହିପରି ସେପେଫମ୍ବର ୧୫ରୁ ଏକାଦଶ ଶ୍ରେଣୀ ଆରମ୍ଭ ନେଇ ଚିନ୍ତା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

Read More...

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି::  ୧୫ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି:: ୧୫ ପ୍ରସ୍ତାବ ଉପରେ ମୋହର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page