ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

July 11, 2021, ଓଡ଼ିଶା, , Anupambharat News Bureau


ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
Anupambharat News Bureau
July 11, 2021


ସମ୍ବଲପୁର, ୧୧ା୭ (ଅନୁପମ ମିଡ଼ିଆ) : ହୀରାକୁଦ ନଦୀବନ୍ଧରୁ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ନଦୀବନ୍ଧର ବାମପାଶ୍ୱର୍ ସ୍ପିଲେୱ ଅନ୍ତର୍ଗତ ଦୁଇଟି ଫାଟକ ଦେଇ ଆଜି ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ପ୍ରକ୍ରିୟାର ମଙ୍ଗଳ କାମନା ପୂର୍ବକ ପୂଜାରେ ନଦୀବନ୍ଧର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ପଣ୍ଡିତଙ୍କ ମନ୍ତ୍ରୋଚାରଣ ମଧ୍ୟରେ ସ୍ଳୁଇସ ଗେଟ ଖୋଲା ଯାଇଥିଲା । ଗତ କିଛିଦିନ ଧରି ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀବନ୍ଧର ଜଳସ୍ତର ବୃଦ୍ଧି ପାଇବାରୁ ଜଳ ଛାଡ଼ିବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିଥିଲେ । ଆଜି ମଧ୍ୟାହ୍ନ ସମୟରେ ନଦୀବନ୍ଧର ଜଳସ୍ତର ୬୦୯.୪୭ ଫୁଟ ରହିଥିଲା । ନଦୀବନ୍ଧ ମଧ୍ୟକୁ ପ୍ରତି ସେକେଣ୍ଡରେ ୬୩,୬୧୨ କୁ୍ୟସେକ ଜଳ ପ୍ରବେଶ କରୁୂଥିବା ବେଳେ ଗେଟ ଖୋଲା ଯାଇଥିଲା । ହେଲେ ମଧ୍ୟାହ୍ନରେ ଏହା ୫୫,୭୯୦ କୁ୍ୟସେକକୁ ହ ୍ରାସ ପାଇଥିଲା । ଦୁଇଟି ସ୍ଲìଇସ ଗେଟ ଏବଂ ବିଭିନ୍ନ କେନାଲ ଓ ପାୱାର ଚେନାଲ ଦେଇ ୫୨,୮୬୪ କୁ୍ୟସେକ ଜଳ ନିଷ୍କାସିତ ହେଉଛି । ଏଥିରୁ ଖୋଲାଯାଉଥିବା ଦୁଇଟି ସ୍ଲìଇସ ଗେଟରୁ ୧୬ ହଜାର କୁ୍ୟସେକ ଲେଖାଏଁ ଜଳ ମହାନଦୀକୁ ଛଡ଼ା ଯାଉଛି । ଆଜି ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟା ମଧ୍ୟରେ ନଦୀବନ୍ଧର ଉପର
ମୁଣ୍ଡରେ ୦୧.୨୬ ଓ ତଳମୁଣ୍ଡରେ ୦୦.୩୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ନଦୀବନ୍ଧରୁ ଜଳ ଛଡ଼ା ଯାଉଥିବାରୁ ମହାନଦୀ ଓ ଶାଖା ନଦୀଗୁଡ଼ିକୁ ନଯିବା ଓ ବ୍ୟବହାର ନ କରିବା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି । ଆଜି ସ୍ଳୁଇସ ଗେଟ ଖୋଲା ଯିବା ସମୟରେ ଇଞ୍ଜିିନିୟର ଇନ ଚିଫ (ପି) ସୁନୀଲ କୁମାର ନାୟକ, ଅଧିକ୍ଷଣ ଯନ୍ତ୍ରୀ ନିରାକାର ବିଶି, ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ସାହୁ, ଉତ୍ତରାଞ୍ଚଳ ଡ଼ିଆଇଜି ଡା. ଦୀପକ କୁମର, ନିର୍ବାହୀ ଜିଲ୍ଲାପାଳ ସୁକାନ୍ତ କୁମାର ତ୍ରିପାଠୀ, ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସଚିବ ଭିନସେଣ୍ଟ ପୁନମକାନ୍ତ ଏMା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ ୨୫ ତାରିଖରେ ଏହାର ଜଳସ୍ତର ୬୧୮.୧୦ ଫୁଟ ଥିବାବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଏଥର ସ୍ଳୁଇସ ଫାଟକ ଖୋଲିବାରେ ବିଳମ୍ବ ହୋଇଛି ଏବଂ ପୂର୍ବାପେକ୍ଷା ଜଳସ୍ତର ପ୍ରାୟ ୧୦ ଫୁଟ ତଳେ ରହିଛି । ୨୦୧୯ ଅଗଷ୍ଟ ୧୪, ୨୦୧୮ରେ ଜୁଲାଇ ୭, ୨୦୧୭ରେ ଜୁଲାଇ ୭, ୨୦୧୬ରେ ଅଗଷ୍ଟ ୫, ୨୦୧୫ରେ ଜୁଲାଇ ୧୩, ୨୦୧୪ରେ ଜୁଲାଇ ୨୪ ତାରିଖ ଦିନ ଉକ୍ତ ବର୍ଷ ମାନଙ୍କର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

Read More...

ରଥ ପଥ ପ୍ରସ୍ତୁତ :  ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ରଥ ପଥ ପ୍ରସ୍ତୁତ : ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page