ରଥ ପଥ ପ୍ରସ୍ତୁତ : ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

July 11, 2021, ଓଡ଼ିଶା, , Anupambharat News Bureau


ରଥ ପଥ ପ୍ରସ୍ତୁତ :  ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ
Anupambharat News Bureau
July 11, 2021


ପୁରୀ,୧୧ା୭(ଅନୁପମ ମିଡ଼ିଆ): ରଥ ପଥ ପ୍ରସ୍ତୁତ । ସିଂହ ଦ୍ୱାରରେ ଦଣ୍ଡାୟମାନ ତିନି ରଥ ଅପଲକ ନୟନରେ ମହାପ୍ରଭୁଙ୍କ ବାଟକୁ ଚାହିଁ ବସିଛନ୍ତି । ଆସନ୍ତାକାଲି ରଥାରୁଢ଼ ହୋଇ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥ । ତେବେ ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କର ଏହି ଘୋଷଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ଜିଲ୍ଳାପ୍ରଶାସନ , ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆଜି ରାତି ୮ଟା ଠାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ବଡଦାଣ୍ଡରେ କର୍ଫୁ୍ୟ ଜାରି କରାଯାଇଛି । ଆଜି ଭୋର ସାଢେ ୫ ଟା ରେ ମଙ୍ଗଳ ଆଳତୀ ଶେଷ ହେବା ପରେ ମୈଲମ, ଅବକାଶ, ରୋଷ ହୋମ,ସୂର୍ଯ୍ୟପୂଜା, ଦ୍ୱାରପାଳ ପୁଜା ଆଦି ପାରମ୍ପରିକ ନୀତି ସମ୍ପୂର୍ଣ୍ଣ ହୋଇଥିଲା । ଗୋପାଳ ବଲ୍ଲଭରେ କେବଳ କୋଠ ଭୋଗ କରାଯାଇଥିଲା । ସକାଳ ୯ ଟା ୩୦ ସମୟରେ ରଥକୁ ଆଜ୍ଞାମାଳ ବିଜେ କରାଯାଇଥିଲା । ସେବକ ମାନେ ତିନି ରଥକୁ ଟାଣି ଆଣି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ । ୫ଟା ୪୦ ସୁଧା ପହଡ ନୀତି ସମ୍ପୂର୍ଣ୍ଣର୍ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତି ନିଘଣ୍ଟ ଅନୁଯାୟୀ ଆସନ୍ତାକାଲି ଭୋର ସାଢ଼େ ୪ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ପରେପରେ ମୈଲମ , ତଡପ ଲାଗି , ଅବକାଶ, ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜା, ବେଶଶେଷ ହେବା ପରେ ଗୋପାଳ ବଲ୍ଲଭରେ କେବଳ ଖେଚେଡି ଭୋଗ ହେବ । ସକାଳ ୮ଟାରେ ରଥ ପ୍ରତିଷ୍ଠା କରାଯିବା ପରେ ସକାଳ ସାଢେ ୮ ଟାରୁ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହୋଇ ସାଢେ ୧୧ ଟା ସୁଧା ଶେଷ ହେବ । ୧୨ଟା ରୁ ସାଢେ ୧୨ ଟା ମଧ୍ୟରେ ମଦନମୋହନ ବିଜେ ଓ ସାଢେ ୧୨ ଟାରୁ ୧ଟା ମଧ୍ୟରେ ଚିତାଲାଗି ହେବ । ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ୧୨ ଟା ୪୫ ରୁ ୨ ଟା ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବେ ଓ ଅପରାହ୍ନ ୩ ଟାରେ ରଥଟଣା ଯିବ । କେବଳ ସେବାୟତ ମାନେ ଗତବର୍ଷ ଭଳି ଏବର୍ଷ ରଥଟାଣିବେ । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ୍‌ ଫୋର୍ସଙ୍କୁ ମୃତୟନ କରାଯାଇଛି । ଆଜିଠାରୁ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିରେ ବ୍ୟାରିକେଡ କରାଯାଇଛି । ପୋଲିସ ମହାନିର୍ଦ୍ଦେର୍ଶକ ଆଜି ପୁରୀରେ ପହଞ୍ଚି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ନୀତି ଆଗୁଆ ଚାଲିଛି । ଠିକ୍‌ ସମୟରେ ମହାପ୍ରଭୁଙ୍କର ରଥଟଣା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୮ ଟି ରୂପାଦ୍ୱାର କାମ ହାତକୁ ନିଆଯାଇଛି । ଆସନ୍ତା କାଲି ସୁଧା ଅନୁମତି ମିଳିଯିବ । ପ୍ରଥମେ ଗୋଟିଏ ଦ୍ୱାର କରାଯିବ । ଯନ୍ତ୍ରୀ ଓ ଏଏସଆଇ ଅନୁଧ୍ୟାନ କରିବା ପରେ ଯାହା କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦେଶକ(ଆଇନ ଶୃଙ୍ଖଳା)ଆରକେ ଶର୍ମା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭଳ ଓ ପୁରୀ ଏସପି କେ ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

Read More...

ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ

ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page