ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

May 06, 2021, ଦେଶ, , Anupambharat News Bureau


ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି
Anupambharat News Bureau
May 06, 2021


ଲଣ୍ଡନ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ବହୁତ ବଡ଼ ଆହ୍ୱାନ ବୋଲି କହିଛନ୍ତି । ଏଥିରେ ଭାରତକୁ ସାରା ବିଶ୍ୱର ଦେଶମାନଙ୍କରୁ ମିଳୁଥିବା ସହାନୁଭୂତିକୁ କୁଟନୈତିକ ଏକତା ବୋଲି କହିଛନ୍ତି ଜୟଶଙ୍କର । ବ୍ରିଟେନରେ ଅନୁଷ୍ଠିତ ହେଉଥିବା ଜି-୭ ଦେଶଙ୍କ ବୈଦେଶିକ ଓ ବିକାଶ ମନ୍ତ୍ରୀଙ୍କ ସମ୍ମିଳନୀରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଜୟଶଙ୍କର ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୂଷୁଡି ପଡିଥିବାର ସ୍ୱୀକାର କରିଛନ୍ତି । ଉପୁଜିଥିବା ପରିସ୍ଥିତିକୁ ଦେଶ ଟିକାକରଣ ଜରିଆରେ ଆୟତ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିବା ସେ କହିଛନ୍ତି । ଜି-୭ ଶିଖର ସମ୍ମିଲନୀ ଲାଗି ଜୟଶଙ୍କର ଏବେ ୨ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି ।
ଏହି ଗସ୍ତକାଳରେ ସେ ଲଣ୍ଡନସ୍ଥିତ ମିଡିଆ ସଙ୍ଗଠନ ‘ଇଣ୍ଡିଆ ଇଂକ୍‌ ଗ୍ରୁପ’ ଓ ଭାରତୀୟ ଉଚ୍ଚାୟୋଗଙ୍କ ଦ୍ୱାରା ଲଣ୍ଡନରେ ଅନୁଷ୍ଠିତ ‘ଡାଇଲଗ ସିରିଜ’ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ସଂକଟର ଏହି କ୍ଷଣରେ ସମ୍ପୂର୍ଣ୍ଣ ବିଶ୍ୱ ଆମ ସହ ଛିଡା ହୋଇଥିବା ଭାରତ ଅନୁଭବ କରୁଛି । ଏହି ପରିସ୍ଥିତିରୁ ଭାରତ ଖୁବ ଶୀଘ୍ର ବାହାରି ଆସିବ । ତେବେ ଏଥିରୁ ଯାହା ଶିକ୍ଷା ମିଳିଲା ତାହା ହେଉଛି ସମନ୍ୱୟର ଅନୁଭବ ବୋଲି ଜୟ ଶଙ୍କର କହିଛନ୍ତି । ତେବେ ବିଶ୍ୱର ଅନ୍ୟ ଦେଶମାନେ ଏହି ପରିସ୍ଥିତି ଦେଇ ଗତି କରିସାରିଥିବା ମୁଁ ଲଣ୍ଡନ ଆସି ଅନୁଭବ କରୁଛି ବୋଲି ସେ କହିଛନ୍ତି । ବୈଶ୍ୱିକ ମହାମାରୀ ଯୋଗୁ ନା କେଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି ଏହା ସହ ବିଚାରଗତ ପରିବର୍ତ୍ତନ ମଧ୍ୟ ହୋଇଛି ବୋଲି କହିଛନ୍ତି ଜୟଶଙ୍କର । କରୋନା ଦ୍ୱିତୀୟ ଲହର ଆସିବ ବୋଲି ଭାରତ ସରକାର କଣ ଜାଣି ନଥିଲେ କି ନା ଜାଣିଶୁଣି ଢିଲା କରିଥିଲେ ବୋଲି ଇଣ୍ଡିଆ ଇଙ୍କର୍‌ ସିଇଓ ମନୋଜ ଲାଡୱା କରିଥିବା ପ୍ରଶ୍ନର ଜବାବରେ ଜୟଶଙ୍କରଙ୍କୁ କହିଥିଲେ ଯେ ଏଥିପାଇଁ କାହାରିକୁ ଦୋଷ ଦେଇ ହେବନି । ଏପରି ମଧ୍ୟ କେହି କହିପାରିବେନି କି ଆମେ ସୁରକ୍ଷାରେ ସାମାନ୍ୟତମ ଅବହେଳା କରିଛୁ । ଭୁଲ ନିଶ୍ଚିତ ରୂପେ କେଉଁଠି ନା କେଉଁଠି ଅଛି, ହେଲେ ତାହା ସମୀକ୍ଷା କରିବାର ଏହା ବେଳ ନୁହେଁ ବୋଲି ଜୟଶଙ୍କର କହିଛନ୍ତି । ତେବେ ଭାରତ ଏକ ଗଣତାନ୍ତ୍ରିକ ଓ ରାଜନୈତିକ ଦେଶ । ଏଠାରେ ନିର୍ବାଚନ ଅଟଳ, ଏଣୁ ଆମେ ଦୋଷାରୋପଣ କରିପାରିବାନି । ତେବେ କୋଭିଡ ଦ୍ୱିତୀୟ ଲହର ଦେଶର ସ୍ୱାସ୍ଥ୍ୟ ତନ୍ତ୍ରର ମୁଖା ଖୋଲିସାରିଛି । ଦୀର୍ଘ ୭୫ ବର୍ଷରେ ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ କରି ନଥିବା ପ୍ରମାଣିତ ହୋଇଛି । ତେବେ ଏହାକୁ ଅନୁମାନ କରି ପ୍ରଧାନମନ୍ତ୍ରୀ ଅନେକ ପୂର୍ବରୁ ଦେଶରେ ‘ଆୟୁଷ୍ମାନ ଭାରତ’ ଯୋଜନା ହାତକୁ ନେବା ସହ ଏହା ଉପରେ ଗୁରୁତ୍ୱାରୋପ କରୁଥିଲେ ବୋଲି କହିଛନ୍ତି । ତେବେ ଦେଶକୁ ପୁଣି ଥରେ ନିଜ ଗୋଡରେ ଛିଡା କରିବା ପାଇଁ ଗୋଟିଏ ନୁହେଁ ସରକାର ଏବେ ଅନେକ ଯୋଜନାରେ କାମ କରୁଥିବା ଜୟଶଙ୍କର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Read More...

  ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page