ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

May 05, 2021, ଦେଶ, , Anupambharat News Bureau


  ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ
Anupambharat News Bureau
May 05, 2021


ଭୋପାଳ: ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସ୍କୁଲ ବି ବନ୍ଦ ରହିଛି। ତେଣୁ ଶିକ୍ଷକମାନେ ମଧ୍ୟ ସ୍କୁଲ ଯାଉନାହାନ୍ତି। ତେଣୁ ଶିକ୍ଷକମାନଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ଦାୟିତ୍ୱ ଦିଆଯାଇଛି। କେବଳ ଶ୍ମଶାନଘାଟ ନୁହେଁ ବରଂ ଅସ୍ଥି ବିସର୍ଜନ ଘାଟରେ ୨-୨ ସିଫ୍ଟରେ ଡ୍ୟୁଟି କରିବେ ଶିକ୍ଷକ। ମଧ୍ୟପ୍ରଦେଶ ଧାର ଜିଲ୍ଲା ଏସଡ଼ିଏମ୍‌ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି ଯେ, ୮ ଜଣ ଶିକ୍ଷକଙ୍କୁ ଶ୍ମଶାନ ଘାଟରେ ଡ୍ୟୁଟି ଦିଆଯିବ। ପ୍ରଥମ ସିଫ୍ଟରେ ସକାଳ ୬ଟା ରୁ ଦିନ ୧ଟା ଯାଏଁ ୨ ଜଣ ଶିକ୍ଷକ ଡ୍ୟୁଟି କରିବେ। ଏହାସହ ଅନ୍ୟ ୨ ଜଣ ଦିନ ୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ। ସୂଚନା ଅନୁସାରେ, ରାଜ୍ୟରେ କରୋନା ଡ୍ୟୁଟି କରୁଥିବା ସମୟରେ ୭୨୬ ଜଣ ପ୍ରାଣ ହରାଇଛନ୍ତି ଓ ୨୮୪୫ ଶିକ୍ଷକ ପ୍ରାଣ ମଧ୍ୟ ହରାଇଛନ୍ତି। କିନ୍ତୁ ଏବେ ବି ସେମାନଙ୍କୁ ସରକାର କରୋନା ଯୋଦ୍ଧା ଭାବରେ ଘୋଷଣା କରିନାହାନ୍ତି ଯାହାକୁ ନେଇ ସେମାନଙ୍କ ମନରେ ଅସନ୍ତୋଷ ରହିଛି।ଏବେ ବି ଅନେକ ଶିକ୍ଷକ କରୋନା ୱାର୍ଡ଼ରେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କ୍ୱାରେଣ୍ଟାଇନ୍‌ ସେଂଟରରେ କାମ କରୁଛନ୍ତି। ହେଲେ ଏବେ ପୁଣି ଶିକ୍ଷକମାନଙ୍କୁ ଶ୍ମଶାନ ଘାଟରେ ଡ୍ୟୁଟି ଦିଆଯିବା ନେଇ ଖବର ଆସିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଧରିଛି। ଗୋଟିଏ ପଟେ କରୋନା ବଢୁଛି, ଅନ୍ୟପଟେ ସରକାର ଲକଡାଉନ୍‌ ଓସଟଡାଉନ୍‌ କରୁଛନ୍ତି ଆଉ ଏହାରି ମଧ୍ୟରେ ଶିକ୍ଷକଙ୍କୁ କରୋନା ସଂକ୍ରମିତଙ୍କ ଦାହ କାର୍ଯ୍ୟରେ ଲଗାଯିବାକୁ ସହଜରେ ଗ୍ରହଣ କରିନାହାନ୍ତି ଅନେକ ଶିକ୍ଷକ।
ତେବେ ଏଠାରେ ସୂଚନା ଦେଉଛୁ ଯେ, ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

Read More...

  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page