ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

May 23, 2019, ଓଡ଼ିଶା, , Anupambharat News Bureau


ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ
Anupambharat News Bureau
May 23, 2019

ସାଲେପୁର,୨୩ା୫(ଅନୁପମ ମିଡିଆ): ଆଜି ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ପ୍ରାୟ ୧୭ହଜାରରୁ ଉର୍ଦ୍ଧ୍ୱଭୋଟ୍‌ ଅଧିକ ପାଇ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ଖବର ପ୍ରଚାରିତ ହେବାପରେ ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସାଲେପୁର ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳର ଛକମାନଙ୍କରେ ବିଜେଡି କର୍ମୀମାନେ ବାଣ ଫୁଟାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଥିଲା । ଆଜି ସାଲେପୁର ଅଞ୍ଚଳରେ ଏତେ ପରିମାଣରେ ବାଣ ଫୁଟାଯାଉଛି ଯେ ଯେପରି ଦିପାବଳୀର ଭ୍ରମ ସୃଷ୍ଟି ହୋଇଥିଲା । ଏହି ଅବସରରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ କର୍ମୀମାନେ ସୁନିଶ୍ଚିତ ବିଜୟର ଅଭିନନ୍ଦନ ଜଣାଇବା ସହ ଫୁଲ ତୋଡ଼ା, ଫୁଲ ମାଳ ଆଦି ଦେଇ ତାଙ୍କୁ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୧୭ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଠାରୁ ପ୍ରଶାନ୍ତ ବେହେରା ଆଗେଇଥିବା ଖବର ପ୍ରଚାରିତ ହେବାପରେ ପ୍ରଶାନ୍ତ ବେହେରା ଭୋଟଗଣତି ସ୍ଥାନରେ ହଠାତ୍‌ ପହଞ୍ଚି ଯିବାରୁ ସେଠାରେ ଥିବା ବିଜେଡି କର୍ମୀମାନଙ୍କର ଖୁସୀ ଦ୍ୱିଗୁଣିତ ହୋଇଉଠିଥିଲା । ନବୀନ ପଟ୍ଟନାୟକ ଓ ପ୍ରଶାନ୍ତ ବେହେରାଙ୍କ ଜିନ୍ଦାବାଦ୍‌ରେ ଉକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଏହି ଅବସରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସାଲେପୁର ବ୍ଲକ୍‌ ଉପାଧ୍ୟକ୍ଷ ରମେଶ ଜେନା, ଯୁବନେତା ମନୋରଂଜନ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ମିଟୁ ପୁହାଣଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀମାନେ ପ୍ରଶାନ୍ତ ବେହେରାଙ୍କ ନିକଟରେ ପହଞ୍ଚି ନିଶ୍ଚିତ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସାଲେପୁରକୁଆଁପାଳ ଛକ, ରୋଧପୁର ଛକ, ମେଡ଼ିକାଲ ଛକ, ମାଛୁଆତି ତାରିଣୀ ଛକ, ଶିଶୁଆ ବଜାର, ସପନପୁର ଛକ, ବୋଦାମୁଣ୍ଡାଇ ଛକ ସମେତ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ବିଜେଡି କର୍ମୀମାନେ ବାଣ ଫୁଟାଇ ବିଜୟ ଉତ୍ସବ ପାଳୁଥିବାର ଦେଖିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Read More...

 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page