ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

April 26, 2021, ଦେଶ, , Anupambharat News Bureau


ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା
Anupambharat News Bureau
April 26, 2021


ମିରଟ: ଭାରତରେ କରୋନା ସଂକ୍ରମଣର ଭୟାବହତା ଏବେ ବ୍ୟାପକ ହେବାରେ ଲାଗିଛି । କେଉଁଠି ଅକ୍ସିଜେନ ନାହିଁ ତ କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ । ଗତ କିଛି ଦିନ ହେଲା ଦେଶରେ ଏଭଳି ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହସ୍ପିଟାଲଗୁଡିକରେ ଅକ୍ସିଜେନ ଅଭାବ ଏବେ ସବୁଠାରୁ ବଡ ସବସ୍ୟା ପାଲଟିଛି । ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି ।
ଅକ୍ସିଜେନ ଅଭାବରୁ ଗତ ୨୪ ଘଣ୍ଟା ମଧ୍ୟରେ ମେରଠର କେଏମସି ହସ୍ପିଟାଲରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯେଉଁ ଗୁରୁତର ରୋଗୀମାନେ ନିଜ ସହିତ ଅକ୍ସିଜେନ ସିଲିଣ୍ଡର ନେଇ ଆସିଥିଲେ କେବଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ହସ୍ୱିଟାଲ ପକ୍ଷରୁ ସ୍ୱଷ୍ଟିକରଣ ଦିଆଯାଇଛି । କେଏମସି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋମବାର ସକାଳେ ନୋଟିସ ମଧ୍ୟ ଲଗାଯାଇଥିଲା । ଯେଉଁଥିରେ, ହସ୍ୱିଟାଲରେ ଅକ୍ସିଜେନ୍‌ ଶେଷ ହୋଇଯିବା ନେଇ ଉଲ୍ଲେଖ ରହିଛି । ହସ୍ପିଟାଲ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ ଅଛି ଯେ, ‘ଜିଲ୍ଲା ପ୍ରଶାସନ ପକ୍ଷରୁ ଯେତିକି ପରିମାଣର ଅକ୍ସିଜେନ ଯୋଗାଯାଇଥିଲା ସେଥିରେ ରୋଗୀମାନଙ୍କ ଚିକିତ୍ସା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

Read More...

ସାହାଯ୍ୟ କରିବାକୁ ଆମେରିକା ରାଜି

ସାହାଯ୍ୟ କରିବାକୁ ଆମେରିକା ରାଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page