ସାହାଯ୍ୟ କରିବାକୁ ଆମେରିକା ରାଜି

April 26, 2021, ବିଦେଶ, , Anupambharat News Bureau


ସାହାଯ୍ୟ କରିବାକୁ ଆମେରିକା ରାଜି
Anupambharat News Bureau
April 26, 2021


ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚିଛି । ସଙ୍କଟ ସମୟରେ ପ୍ରଥମେ ରୋକ ଲଗାଇଥିବା ବେଳେ ଏବେ ଭ୍ୟାକସିନ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଯୋଗାଇବାକୁ ରାଜି ହୋଇଛି ଆମେରିକା । ଆମେରିକା ଭାରତକୁ ସାହାଯ୍ୟ କରିବାକୁ ରାଜି ହେବା ପଛରେ ଅଜିତ ଡୋଭାଲଙ୍କ ହାତ ଥିବା କୁହାଯାଉଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ସମକକ୍ଷ ଆମେରିକାର ଜ୍ୟାକ୍‌ ସୁଲିବାନଙ୍କ ସହ ଆଲୋଚନା ପରେ କଞ୍ଚାମାଲ୍‌ ଯୋଗାଇବାକୁ ଆଶ୍ୱସନା ଦେଇଛି ଆମେରିକା । ଏହାପରେ ଟୁଇଟ୍‌ର୍‌ରେ ଟ୍ରେଣ୍ଡ କରୁଛନ୍ତି ଅଜିତ ଡୋଭାଲ । ଅଜିତ ଡୋଭାଲ ନିଜର ଆମେରିକୀୟ ସମକକ୍ଷଙ୍କ ସହ ଫୋନ୍‌ରେ ଆଲୋଚନା କରିଥିଲେ । ଏହା ପରେ ଆମେରିକାର ପ୍ରତିରକ୍ଷା ପରାମର୍ଶଦାତା ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍‌ କୋଭିସିଲଡ୍‌ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହ୍ୱାଇଟ୍‌ ହାଉସର୍‌ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଏମିଲି ହର୍ନ କହିଛନ୍ତି, ‘ଆମେରିକା ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଭାଇରସ୍‌ ସହ ଲଢ଼ୁଥିବା ବେଳେ ଭାରତର ସହୟତା କରିଥିଲା । ଠିକ ସେହିଭଳି ଆମେରିକା ଭାରତକୁ ସହାୟତା କରିବା ପାଇଁ ପ୍ରତିବଦ୍ଧ । କୋଭିସିଲଡ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଦେବାକୁ ଆମେରିକାକୁ ଅନୁରୋଧ କରିଥିଲା ଭାରତ । ଏହା ପରେ ଏମିଲି କହିଛନ୍ତି, ଭାରତକୁ ପ୍ରାଥମିକତା ଭିତ୍ତିରେ ସହାୟତା କରାଯିବ । କୋଭିଡ ଯାଞ୍ଚ କିଟ୍‌, ଭେଣ୍ଟିଲେଣ୍ଟର ଏବଂ ପିପିଇ କିଟ୍‌ ଏବଂ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଇବା ପାଇଁ ଆମେରିକା ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଆମେରିକା ପକ୍ଷରୁ ଭାରତକୁ ସହାୟତା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଅଜିତ ଡୋଭାଲ୍‌ ଟୁଇଟର୍‌ରେ ଟ୍ରେଣ୍ଡ କରୁଛନ୍ତି । ଯେଉଁଠି ଡୋଭାଲ ଅଛନ୍ତି ସେଠି ଆଶା ଅଛି । ଅଜିତ ଡୋଭାଲଙ୍କୁ ଖୁବ ପ୍ରଶଂସା କରାଯାଉଥିବା ବେଳେ କିଛି ୟୁଜର୍ସ ଲେଖିଛନ୍ତି, ‘ଭାରତର ଜେମ୍ସ ବଣ୍ଡ ପୁଣି ଥରେ କରି ଦେଖାଇଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

Read More...

ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page