କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

April 24, 2021, ଦେଶ, , Anupambharat News Bureau


କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌
Anupambharat News Bureau
April 24, 2021


ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍‌ ଏବଂ ଅକ୍ସିଜେନ୍‌ ଉପକରଣ ଉପରୁ ହଟିଲା କଷ୍ଟମ୍‌ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏହା ସହିତ କୋଭିଡ୍‌ ଭ୍ୟାକସିନ୍‌ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ହଟାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୩ ମା ଯାଏଁ ଭ୍ୟାକସିନ ଉପରେ କଷ୍ଟମ ଡ୍ୟୁଟି ଲଗାଯିବ ନାହିଁ । ଫଳରେ ଅକ୍ସିଜେନ ଏବଂ କୋଭିଡ୍‌ ଭ୍ୟାକସିନ୍‌ ଦର କମିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୋଦି ଟ୍ୱିଟ୍‌ କରି କହିଛନ୍ତି, ‘ଅକ୍ସିଜେନ୍‌ ଏବଂ ଅକ୍ସିଜେନ ଉପକରଣ ଉପରୁ କଷ୍ଟମ ଡ୍ୟୁଟି ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହା ସହିତ କୋଭିଡ୍‌ ଭ୍ୟାକସିନ୍‌ ଉପରୁ ମଧ୍ୟ କଷ୍ଟମ୍‌ ଡ୍ୟୁଟି ଛାଡ କରାଯାଇଛି ।’ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୁପ ଧାରଣ କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ଲକ୍ଷ ପାର କରୁଛି । ଏହାକୁ ଦୃଷ୍ଟିରେ ରଖି କଠୋର ହେଉଛନ୍ତି କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର । ରାଜଧାନୀ ଦିଲ୍ଲୀ ସମେତ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିସାରିଲଣି ।
ଏହାକୁ ଦୃଷ୍ଟିରେ ରଖି କମ ମୂଲ୍ୟାରେ ଭ୍ୟାକସିନ୍‌ ଏବଂ ଅକ୍ସିଜେନ ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

Read More...

ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page