୨୬ରୁ କାଳବୈଶାଖୀ

April 24, 2021, ଓଡ଼ିଶା, , Anupambharat News Bureau


 ୨୬ରୁ କାଳବୈଶାଖୀ
Anupambharat News Bureau
April 24, 2021


ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ସକାଳୁ ଖରାର ପ୍ରକୋପ ଆରମ୍ଭ ହୋଇଯାଇଥିଲା । ଦିନ ୧୦ଟା ବେଳକୁ ତାତି ଅସହ୍ୟ ହୋଇଥିଲା । ଏହି କ୍ରମରେ ୪୨.୧ ଡିଗ୍ରୀ ସେଲସିୟସ୍‌ ସହ ଭାଜି ହୋଇଥିଲା ରାଜଧାନୀ । ଏହାପଛକୁ ବୌଦ୍ଧରେ ୪୨ ଡିଗ୍ରୀ , ସୁବର୍ଣ୍ଣପୁରରେ ୪୧.୮, ବାରିପଦା ୪୧.୬, ଟିଟିଲାଗଡ ୪୧ , ସମ୍ବଲପୁର ୪୧,ଝାରସୁଗୁଡା ୪୦.୫ , ଅନୁଗୁଳ ୪୦.୩ , ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ , ନୟାଗଡ ୪୦, ଭବାନୀପାଟଣା ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକରେ ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୨ରୁ ୩ ଦିନ ମଧ୍ୟରେ ତାପମାତ୍ରାରେ ୨/୩ ଡିଗ୍ରୀ ବୃଦ୍ଧି ଘଟିପାରେ । ତେବେ ୨୬ ତାରିଖରୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ସହ ଘୂର୍ଣ୍ଣିଂ ଝଡ ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୯
ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୬ ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ମଧ୍ୟରେ ମାଲକାନଗିରି , କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତ ହୋଇପାରେ । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

Read More...

ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page