ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

April 16, 2021, ଓଡ଼ିଶା, , Anupambharat News Bureau


ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ
Anupambharat News Bureau
April 16, 2021


ନୂଆଦିଲ୍ଲୀ, ୧୬ା୪: ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍‌/ରୋଲ୍‌ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ । ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ, ପାର୍କିଂ ଅଞ୍ଚଳ ବିକାଶ, ନୌବହନ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ।
ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଣ୍ଟା ଲାଗୁଥିଲା ତାହା ମାତ୍ର ୧ ଘଣ୍ଟାରେ ଅତିକ୍ରମ କରିହେବ । ବର୍ତ୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ । ସେହିପରି ଏକ ସମୟରେ ଦଶଟି ହାଲକା ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମିତ ହୋଇପାରିବ । ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ । ଏହି ପ୍ରକଳ୍ପ ଧାମରା ନଦୀ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ଏବଂ ତାଳଚୁଆରୁ ଧାମରା ପର୍ଯ୍ୟନ୍ତ ୨୦୦ କିମି ରାସ୍ତାର ଦୂରତାକୁ ହ ୍ରାସ କରିବ । ଭଦ୍ରକ ଜିଲ୍ଲାର କାଣୀନାଳି ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତ୍ତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ । ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ । ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାଣୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ସାତ କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ । ବର୍ତ୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି । ଦୈନିକ ଲଞ୍ଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅତ୍ୟାଧୁନିକ ଉପଯୋଗ ଭିିତ୍ତିଭୂମି ସହିତ ଏହି ପ୍ରକଳ୍ପ ଯାତ୍ରୀ ଓ ବାହନଗୁଡ଼ିକ ସୁରକ୍ଷାକୁ ବୃଦ୍ଧି କରିବ । ଏହି ଯୋଗାଯୋଗ ବ୍ୟବସ୍ଥା ଫଳରେ ବାଣିଜି୍ୟକ ଓ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା ଆଖପାଖ ଅଂଚଳରେ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟକ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

Read More...

ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page