ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

April 16, 2021, ଓଡ଼ିଶା, , Anupambharat News Bureau


ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ
Anupambharat News Bureau
April 16, 2021


ପୁରୀ, ୧୬ା୪(ଅନୁପମ ମିଡ଼ିଆ): ଏଣିକି ପ୍ରତ୍ୟେକ ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତା ୨୪ଠାରୁ ଏହି କଟକଣା ଲାଗୁ କରାଯିବ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ମନ୍ଦିର ଭିତର ଓ ବାହାର ସାନିଟାଇଜ୍‌ ପାଇଁ ସପ୍ତାହରେ ଗୋଟିଏ ଦିନ ରବିବାର ସାଧାରଣ ଦର୍ଶନ ବନ୍ଦ ରହୁଥିଲା । ଏବେ ଏହାକୁ ଦୁଇ ଦିନକୁ ବୃଦ୍ଧି କରାଯାଇଛି । ଭକ୍ତମାନେ ଅନ୍ୟ ଦିନରେ ଭିତର ଓ ବାହାର କାଠରୁ ଦର୍ଶନ କରିପାରିବେ । ବାହାର ଭକ୍ତମାନେ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଟି ଟିକା ନେଇଥିବା ସମ୍ପର୍କରେ ପ୍ରମାଣପତ୍ର ଦେଖାଇବେ । କୁମ୍ଭମେଳାରେ ଅନେକ ସାଧୁସନ୍ଥ ବୁଡ ପକାଇବା ପରେ ଜଗା ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ଏହାକୁ ଲକ୍ଷ୍ୟକରି ଯାଞ୍ଚ ପ୍ରକିୟାକୁ କଡାକଡି କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଛତିଶା ନିଯୋଗର ମହାନାୟକ ଓ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଥିଲା । ଶନି ଓ ରବିବାର ବନ୍ଦକୁ ନେଇ ପୁରୀରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

Read More...

କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page