ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

April 15, 2021, ଓଡ଼ିଶା, , Anupambharat News Bureau


ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ,  ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌
Anupambharat News Bureau
April 15, 2021


ଭୁବନେଶ୍ୱର, ୧୫ା୦୪ (ଅନୁପମ ମିଡିଆ): ଆଜି ଅର୍ଥାତ୍‌ ଶୁକ୍ରବାର ଠାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ ହେବ । କୋଭିଡ୍‌ ସଂକ୍ରମଣ ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଛତିଶଗଡ଼ ସୀମାନ୍ତବର୍ତ୍ତୀ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର ଆଦି ୧୦ଟି ଜିଲ୍ଲାର ସହରାଞ୍ଚଳରେ ଆସନ୍ତାକାଲିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ କରାଯିବ । ଏହା ବ୍ୟତୀତ ଏହିସବୁ ଜିଲ୍ଲାର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ଦିନ ସପ୍ତାହନ୍ତ ସଟ୍‌ ଡାଉନ୍‌ ଲାଗୁ କରାଯିବ । ଭୁବନେଶ୍ୱର ଓ କଟକ ସମେତ ଅବଶିଷ୍ଟ ୨୦ ଜିଲ୍ଲାରେ ଅନ୍ୟ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ ହେବ ବୋଲି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି ଯେ ଛତିଶଗଡ ସୀମାରେ ଥିବା ଉପରୋକ୍ତ ୧୦ ଟି ଜିଲ୍ଲାର ସହରାଞ୍ଚଳରେ ଏପ୍ରିଲ ୧୬ ତାରିଖଠାରୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଲାଗୁ କରାଯାଇଛି । ପୂର୍ବରୁ ଏହି ଜିଲ୍ଲା ଗୁଡିକରେ ୯ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଥିଲା । ସେହିପରି ଏହି୧୦ଟି ଜିଲ୍ଲାରେ ଆସନ୍ତା ଶନିବାରଠାରୁ ୨ ଦିନିଆ ସାପ୍ତାହିକ ସଟ୍‌ ଡାଉନ୍‌ ଲାଗୁ ହେବ । ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟ ଏହି କଟକଣାର ଅନ୍ତର୍ଭୁକ୍ତ ହେବ ।ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ବିଦ୍ୟୁତ, ସ୍ୱାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ । ଏଥିରେ ନିୟୋଜିତ ଥିବା କର୍ମଚାରୀ ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଏଥିପାଇଁ କୌଣସି ସ୍ୱତନ୍ତ୍ର ପାସ୍‌ ର ଆବଶ୍ୟକ ନାହିଁ । ଲୋକେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯା’ଆସ କରିପାରିବେ । ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଥାଇ ଗାଇଡଲାଇନ୍‌ ଜାରି କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି ଯେ ବିବାହ ଉତ୍ସବ ପାଇଁ ସର୍ବାଧିକ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ମିଳିବ । କୌଣସି ଧାର୍ମିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଶୈକ୍ଷିକ ସମାବେଶ ହୋଇପାରିବ ନାହିଁ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚାଲିବ ।
ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ । ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ । ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା, କି;ୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ । ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେ ନେଇ କର୍ତୃପକ୍ଷ ଚିନ୍ତା କରିବେ । ଅଫିସରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ଏବେ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଉଛି । ଏଥି ସହିତ ଆଇସିୟୁ, ବେଡ ବଢ଼ାଯାଉଛି । ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଉଛି ବୋଲି ମହାପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

Read More...

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page