ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

April 12, 2021, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌
Anupambharat News Bureau
April 12, 2021



  • ଦେଶୀବେହେରା ସାହି ସିଲ୍‌




  • ସାଧାରଣ ଦର୍ଶନ ବନ୍ଦ




ବ୍ରହ୍ମପୁର,(ଅନୁପମ ମିଡିଆ): ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସୋମବାର ରାତିରୁ ସାଧାରଣ ଦର୍ଶନକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଦେଶୀବେହେରା ସାହିରେ ଅସ୍ଥାୟୀ ମଣ୍ଡପରେ ବିଜେ ମାଦଙ୍କ ଦୁଇ ପୂଜାରୀ ପଜିଟିଭ ଚିହ୍ନଟ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏପରିକି ଦେଶୀବେହେରା ସାହିରେ ଚାରି ପଟୁ ବ୍ୟାରିକେଡ଼ କରାଯାଇଛି । ଉକ୍ତ ସାହିର ଲୋକମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବେ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏପରିକି ଉକ୍ତ ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା ସମ୍ଭାବନା ସୃଷ୍ଟି ହୋଇଛି । ମାଦଙ୍କ ବିଧି ଅନୁଯାୟୀ ଉକ୍ତ ମଣ୍ଡପରେ ପୂଜା କରିବା ଲାଗି ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଦୁଇ ପୂଜାରି ପଜିଟିଭ ହେବା ପରେ ପୋଲିସ ଉପସ୍ଥିତ ଭକ୍ତଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେବା ସହ ବ୍ୟାରିକେଡ଼ କରିଛି । ଏପରିକି ଆସନ୍ତା ୧୬ରେ ମାଦଙ୍କ ପ୍ରତ୍ୟାବର୍ତ୍ତନ ବେଳେ ମଧ୍ୟ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ,  ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

Read More...

ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page