ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

April 11, 2021, ଓଡ଼ିଶା, , Anupambharat News Bureau


ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର
Anupambharat News Bureau
April 11, 2021

ସାମ୍ନାକୁ ଆସିଲା ନବୀନ ସରକାରଙ୍କ ପ୍ରତି ଭୋଟରଙ୍କ କ୍ଷୋଭ


ଭୁବନେଶ୍ୱର, (ଅନୁପମ ମିଡିଆ): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଦଳୀୟ ପ୍ରାର୍ଥୀ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି। ଶ୍ରୀଯୁକ୍ତ ପଣ୍ଡା ତିରୁମୁଲା ବ୍ରିଜ ପାଖରେ ପହଞ୍ଚିବା ପରେ ଶତାଧିକ ଦଳୀୟ କର୍ମୀ ଓ ସାଧାରଣ ଲୋକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ନିଜ ଅଞ୍ଚଳ ପରିଦର୍ଶନ ପାଇଁ ପାଛୋଟି ନେଇଥିଲେ। ଆଜି ପ୍ରଚାର ସମୟରେ ପିପିଲି ଅଞ୍ଚଳରେ ଗରିବ ପରିବାର ର ଭଙ୍ଗା ଘର ଦେଖି ଦୁଖଃ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା। ପ୍ରଚାର ସମୟରେ ସାମ୍ନାକୁ ଆସିଲା ସାଧାରଣ ଲୋକଙ୍କ କ୍ଷୋଭ। ବାଟ ସାରା ସବୁ ଗାଁ ରେ ଏବେ ବି ଜରି ପାଲ ତଳେ ଲୋକେ ଦିନ କାଟୁଛନ୍ତି । ବିଗତ ଦିନ ମାନଙ୍କ ରେ ବାତ୍ୟାରେ କ୍ରମାଗତ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଲୋକେ ସରକାରି ସହାୟତା ପାଇନାହାନ୍ତି । ସେହିଭଳି ନରେନ୍ଦ୍ର ମୋଦିଙ୍କ ସରକାର ଫନି ସମୟ ରେ ସରକାରୀ ସହାୟତା ପାଠାଇସାରିଛନ୍ତି ହେଲେ ଏଠାରେ ଓଡ଼ିଶା ସରକାର କେନ୍ଦ୍ର ଦେଇଥିବା ଅର୍ଥ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ଦେଇନାହାନ୍ତି। ଲୋକେ ପ୍ରଚାର ସମୟରେ ଅତି ଆକୁଳ ସହ ଡାକି ନିଜର ଭଂଗା ଘର ଦେଖାଇବା ସଙ୍ଗେ ସଙ୍ଗେ ଓଡ଼ିଶା ସରକାର ଙ୍କ ଉପରେ ଉତ୍ତେଜିତ ପ୍ରକାଶ କରିଛନ୍ତି। ଏବେ ସ୍ପଷ୍ଟ ହୋଇଛି ଯେ ଲୋକଙ୍କ ପ୍ରତି ଅନ୍ୟାୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇଦର ଫେରାର ଘଟଣା:  ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

ହାଇଦର ଫେରାର ଘଟଣା: ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

Read More...

କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page