ହାଇଦର ଫେରାର ଘଟଣା: ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

April 11, 2021, ଓଡ଼ିଶା, , Anupambharat News Bureau


ହାଇଦର ଫେରାର ଘଟଣା:  ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି
Anupambharat News Bureau
April 11, 2021


କଟକ/ସମ୍ବଲପୁର ୧୧ା୪(ଅନୁପମ ମିଡ଼ିଆ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ ଡାକ୍ତରଖାନାରୁ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯିବା ପରେ ଏବେ ତାକୁ ଧରିବା ପାଇଁ ପୋଲିସ ନାକେଦମ ହେବାକୁ ପଡ଼ିଛି । ଇତିମଧ୍ୟରେ ଗ୍ୟାଙ୍ଗଷ୍ଟାର ଫେରାର ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ସୁଦ୍ଧା ତାର ପତ୍ତା ନମିଳିବା ପୋଲିସର ପାରିବାପଣିଆ ପଦାରେ ପକାଇଛି । ତେବେ ହାଇଦରର ଫେରାର ଘଟଣାରେ ଛ’ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି । ଆଜି ଏବାବଦରେ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ହାଇଦରର ସୁରକ୍ଷା ପାଇଁ ଗଠିତ ଗାର୍ଡ଼ ପାର୍ଟିରେ ଥିବା ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, ଏମଡ଼ି ମୌସମ, ଦୀପକ ସାହୁ, ଉମାକାନ୍ତ ବେହେରା ସୁଧାଂଶୁ ମାଝୀଙ୍କ ବିରୁଦ୍ଦରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି । ସେହିଭଳି ଏହି ୬ ଜଣଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ପ୍ରକାଶ । ଅନ୍ୟ ପକ୍ଷରେ ଆଜି ଉତ୍ତାରଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଆସି ଏସପି ବି ଗଙ୍ଗାଧରଙ୍କ ସହିତ ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ଫେରାର ହାଇଦରକୁ ଧରିବା ପାଇଁ ତିନୋଟି ଟିମ ଗଠନ କରାଯାଇଛି ବୋଲି ଆଇଜି ଭୋଳ କହିଛନ୍ତି । ଅନ୍ୟପକ୍ଷେ ଆଜି ଖୋଦ୍‌ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ କମିଶନରେଟ ପୋଲିସର କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଛ’ରୁ ଅଧିକ ଟିମ୍‌ ଗଠନ କରାଯାଇଛି । ରାଜ୍ୟ ସୀମା, ରେଲେୱ ପଥ ଉପରେ ତୀå ଦୃଷ୍ଟି ରଖିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ତେବେ ୩୦ଟି ଜିଲ୍ଲାର ଏସପିମାନଙ୍କ ସହିତ ଏସଟିଏଫକୁ ମଧ୍ୟ ସଜାଗ ରକାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି । ମୁଖ୍ୟତଃ ରାଜ୍ୟର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ଆଜି ସକାଳେ ସିଲ୍‌ କରାଯାଇ ଯାତାୟତ କରୁଥିବା ବ୍ୟକ୍ତିବିଶେଷଙ୍କ ଗତିବିଧିକୁ ଯାଞ୍ଚ କରାଯାଉଛି ବୋଲି ଜେଠୱା କହିଥିବା ବେଳେ ହାଇଦରକୁ ଧରିବା ପାଇଁ ୬ଟି ଟିମ୍‌କୁ ମଧ୍ୟ ସକ୍ରିୟ କରାଯାଇଛି । ତେବେ ହାଇଦର ଯେଉଁଠି ଲୁଚିଥାଉ ନା କାହିଁକି ଖୁବ ଶୀଘ୍ର ତାକୁ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିବ ବୋଲି କୁହାଯାଇଛି । ଏଥିସହିତ ମେଡିକାଲ ସିସିଟିଭି ଯାଞ୍ଚ, କାର୍ଯ୍ୟରତ ନର୍ସଙ୍କ ବୟାନ, ଗୁଇନ୍ଦା ଓ ମେଡିକାଲରେ ଲାଗିଥିବା ସିସିଟିଭିକୁ ଏବଂ ସମ୍ବଲପୁର ଉପ କାରାଗାରର ସିସିଟିଭିକୁ ଏବେ ଯାଞ୍ଚ କରାଯାଉଥିବା ସେ କହିଛନ୍ତି । ସେହିଭଳି ସାଧା ପୋଷାକରେ ପୋଲିସ ବସ୍‌ଷ୍ଟାଣ୍ଡ ଏବଂ ରେଳେୱ ଷ୍ଟେସନ ଯାଇ ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଖୋଜିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

Read More...

ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page