ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

April 09, 2021, ଦେଶ, , Anupambharat News Bureau


ଏନକାଉଣ୍ଟରରେ ୨ ଆତଙ୍କୀ ନିହତ
Anupambharat News Bureau
April 09, 2021


ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ସୂଚନା ଅନୁସାରେ ଜମ୍ମୁକାଶ୍ମୀର ଅବନ୍ତିପୋରା ତ୍ରାଲର ନାୟବୁଗ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍‌ କରିଥିଲେ ।
ସୁରକ୍ଷାକର୍ମୀ ଘେରାବନ୍ଦୀ ଦେଖି ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟର ଜାରି ରହିଥିବା ସୂଚନା ମିଳିଛି । କାଶ୍ମୀର ଜୋନ୍‌ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ସେପଟେ ଜମ୍ମୁକାଶ୍ମୀର ଶୋପିଆଁ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ପୋଲିସ ପ୍ରବକ୍ତା କହିଛନ୍ତି, ରାଷ୍ଟ୍ରୀୟ ରାଇଫଲ, ଜମ୍ମୁ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅଭିଯାନ ସମୂହ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଜବାନଙ୍କୁ ଆତଙ୍କବାଦୀ ଲୁଚିରହିଥିବା ନେଇ ସୂଚନା ମିଳିଥିଲା ।
ଏହାପରେ ଶୋପିଆଁ ସହର ଜନ ମହଲାରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାପରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଞ୍ଚିବନି

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଞ୍ଚିବନି

Read More...

ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page