ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା

April 09, 2021, ବିଦେଶ, , Anupambharat News Bureau


ଆମେରିକାରେ ଭାରତୀୟ ଦମ୍ପତିଙ୍କୁ ହତ୍ୟା
Anupambharat News Bureau
April 09, 2021

ଶବ ପାଖରେ କାନ୍ଦୁଥିଲା ୪ ବର୍ଷର ଶିଶୁ କନ୍ୟା


ନ୍ୟୁଜର୍ସି: ଘର ଭିତରେ ପଡ଼ିଥିଲା ବାପାମା’ଙ୍କ ମୃତ ଦେହ । ପାଖରେ ବସି କାନ୍ଦୁଥିଲା ଚାରି ବର୍ଷର ଝିଅ । ବହୁ ସମୟ ଧରି କୁନି ଝିଅଟିର କାନ୍ଦ ଶୁଣିବା ପରେ ସନ୍ଦେହରେ ଦୌଡ଼ି ଆସିଥିଲେ ପାଖ ପଡ଼ୋଶୀ ।
ଆଉ ଦେଖିବାକୁ ପାଇଥିଲେ କୁନି ଝିଅର ବାପା ଓ ମା’ଙ୍କ ମୃତଦେହ । ଏହାପରେ ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ମୃତ ଦମ୍ପତି ଭାରତୀୟ । ସେମାନେ ଆମେରିକାର ନ୍ୟୁଜର୍ସିରେ ରହୁଥିଲେ । ମୃତ ଦମ୍ପତି ହେଲେ ବାଲାଜୀ ଭରତ ରୁଦ୍ରୱାର (୩୨) ଏବଂ ତାଙ୍କ ସ୍ତ୍ରୀ ଆରତୀ ବାଲାଜୀ ରୁଦ୍ରୱାର (୩୦) ।
ଗତକାଲିଏହି ଅଭାବନୀୟ ଘଟଣା ଘଟିଛି । ହେଲେ ଏହି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ । ନ୍ୟୁଜର୍ସି ପୁଲିସ ଏହି ସୂଚନା ଦେଇଥିବା ବାଲାଜୀଙ୍କ ବାପା ଭରତ ରୁଦ୍ରୱାର କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ବାଲାଜୀ ଭରତ ରୁଦ୍ରୱାର ଜଣେ ସଫଫେୱର ଇଞ୍ଜିନିୟର ଥିଲେ ।
ସେ ଡିସେମ୍ବର ୨୦୧୪ରେ ଆରତୀଙ୍କୁ ବିବାହ କରିଥିଲେ । ବିବାହ ପରେ ଆମେରିକାରେ ବାଲାଜୀ ଚାକିରୀ ପାଇଥିଲେ । ଆଉ ଅଗଷ୍ଟ ୨୦୧୫ରେ ଆରତୀଙ୍କୁ ନେଇ ବାଲାଜୀ ଆମେରିକା ଚାଲି ଯାଇଥିଲେ । ବାଲାଜୀଙ୍କ ନିଜ ଘର ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ । ତାଙ୍କ ବାପା ଜଣେ ବ୍ୟବସାୟୀ । ଭରତ କହିଛନ୍ତି ଯେ ତାଙ୍କ ବୋହୂ ୭ ମାସର ଗର୍ଭବତୀ ଥିଲେ । ପୁଣିଥରେ ସେମାନେ ପୁଅବୋହୂଙ୍କ ପାଖକୁ ଯିବେ ବୋଲି ଯୋଜନା ହୋଇଥିଲା ।
ହେଲେ ଏଭଳି ଅଘଟଣା କାହିଁକି ହେଲା ସେ ଆକଳନ କରିପାରୁ ନାହାନ୍ତି । ସେ ଆହୁରି କହିଛନ୍ତି, ପୁଅ-ବୋହୂ ମଧ୍ୟରେ କୌଣସି କଳହ ନଥିଲା । ପାଖ ପଡ଼ୋଶୀମାନେ ମଧ୍ୟ ଖୁବ୍‌ ଭଲ ଲୋକ । ସେମାନଙ୍କ ସହ ପୁଅ-ବୋହୂଙ୍କର ଭଲ ସଂପର୍କ ଥିଲା । ହଠାତ ପୁଅ-ବୋହୂଙ୍କ ମୃତ୍ୟୁ ଖବର ପାଇ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛୁ । କେହି ସେମାନଙ୍କୁ ହତ୍ୟା କରିଛି ବୋଲି ଆମର ସନ୍ଦେହ ହେଉଛି ।
ଭରତ କହିଛନ୍ତି ଯେ ଏବେ ତାଙ୍କ ୪ ବର୍ଷର ନାତୁଣୀ ପୁଅର ଜଣେ ସାଙ୍ଗ ପାଖରେ ଅଛି । ତାଙ୍କ ପୁଅ ନ୍ୟୁଜର୍ସିରେ ଯେଉଁଠି ରହୁଥିଲେ, ସେଠାରେ ଅନେକ ଭାରତୀୟ ରହୁଛନ୍ତି । ସେଠାରେ ମୋଟ୍‌ ଲୋକସଂଖ୍ୟାର ୬୦ ପ୍ରତିଶତ ଭାରତୀୟ ।
ଆଉ ସମସ୍ତଙ୍କ ସହିତ ପୁଅ ବାଲାଜୀର ଭଲ ସମ୍ପର୍କ ଥିଲାଛ ପୁଅ-ବୋହୂଙ୍କ ମୃତ ଶରୀରର ଭାରତରେ ପହଞ୍ଚିବାକୁ ୮-୧୦ ଦିନ ସମୟ ଲାଗିବ ବୋଲି ଆମେରିକା ପ୍ରଶାସନ ଜଣାଇଥିବା କହିଛନ୍ତି ଭରତ ରୁଦ୍ରୱାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

Read More...

ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page