କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

April 07, 2021, ଓଡ଼ିଶା, , Anupambharat News Bureau


କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା
Anupambharat News Bureau
April 07, 2021

ନୂଆଦିଲ୍ଲୀ, ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀର ଆଶ୍ଳୋକ ହସ୍ପିଟାଲଠାରେ କୋଭିଡ ଟୀକାର ପ୍ରଥମ ଡୋଜ ନେଇଛନ୍ତି। ଏଥିସହ ଯୋଗ୍ୟ ବ୍ୟକ୍ତି ଟୀକା ନେବା ଲାଗି ଶ୍ରୀ ପଣ୍ଡା ଅନୁରୋଧ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଭାରତକୁ କରୋନା ମୁକ୍ତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ କୋଭିଡ ଟୀକା ନେବା ଲାଗି ମୁଁ ନିକଟରେ ଯୋଗ୍ୟ ହୋଇଛି ଓ ଆଜି ସଂଯୋଗବଶତଃ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଟୀକାର ପ୍ରଥମ ଡୋଜ ନେଇଛି। କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୁଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଶ୍ଚିତ ଭାବେ ଟୀକା ନିଅନ୍ତୁ। ଭାରତରେ ପ୍ରସ୍ତୁତ ଏହି ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଅତ୍ୟନ୍ତ କୁଶଳ ପ୍ରକ୍ରିୟାରେ ଟୀକା ଦିଆଯାଉଛି। ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ଏହାକୁ ବିକଶିତ କରିଛନ୍ତି ଏବଂ ଅନେକ ପର୍ଯ୍ୟାୟରେ ପରୀକ୍ଷଣ ପରେ ଏହାକୁ ଜନତାଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ସ୍ୱଦେଶୀ କୋଭିଡ ଟୀକା ନେଇ ସମସ୍ତଙ୍କୁ ଏକ ପ୍ରକାର ଭରସା ମଧ୍ୟ ଦେଇଛନ୍ତି। ତେଣୁ ଯୋଗ୍ୟ ବ୍ୟକ୍ତି ନିଶ୍ଚିତ ଭାବେ ଟୀକା ନେଇ ଭାରତକୁ କରୋନାମୁକ୍ତ କରିବା ଦିଗରେ ସହଯୋଗ କରନ୍ତୁ ବୋଲି ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

ଦେଶରେ ସୁସ୍ଥହାର ହ ୍ରାସ ପାଇଛି: ହର୍ଷବର୍ଦ୍ଧନ

Read More...

ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page