ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

April 05, 2021, ବିଦେଶ, , Anupambharat News Bureau


ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ
Anupambharat News Bureau
April 05, 2021


ନୂଆଦିଲ୍ଲୀ,୫ା୪: ବହୁ ଚର୍ଚ୍ଚିତ ରାଫେଲ କାରବାରରେ ଭାରତୀୟ ମଧ୍ୟସ୍ଥିଙ୍କୁ ୧.୧ ମିଲିୟନ ୟୁରୋ ଟଙ୍କା ଲାଞ୍ଚ ଦିଆଯାଇଥିବା ଘଟଣା ପଦାକୁ ଆସିବା ପରେ ଜାତୀୟ ରାଜନୀତିରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି । ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି । ଏହି ଚୁକ୍ତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କଂଗ୍ରେସ ଦାବି କରୁଥିବା ବେଳେ ବିଜେପି ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଉଲ୍ଳେଖ କରିଛି ଔ ରାଫେଲ୍‌ କାରବାର ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସଂଗଠିତ ହୋଇଥିଲା । ଏଥିରେ ଭାରତୀୟ ପ୍ରତିରକ୍ଷା ବିଭାଗକୁ ରାଫେଲ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସର ଏକ ପ୍ରମୁଖ ବେସାମାରିକ ବିମାନ କମ୍ପାନୀ ଡାଜାଲଟ୍‌ ଜଣେ ଭାରତୀୟ ମଧ୍ୟସ୍ଥିଙ୍କୁ ୧.୧ ମିଲିୟନ ୟୁରୋ ରାଶି ପ୍ରଦାନ କରିଥିବା ଘଟଣା ସୂଚନାର କେନ୍ଦ୍ରକୁ ଆସଛି । ୨୦୧୬ରେ ‘ଇଣ୍ଡୋ-ଫ୍ରେଞ୍ଚ୍‌’ ରାଜିନାମା ସ୍ୱାକ୍ଷର ହେବା ପରେ ଭାରତର ଜଣେ ମଧ୍ୟସ୍ଥଙ୍କୁ ‘୧ ନିୟୁତ ୟୁରୋ’ ଦେବା ଲାଗି ଫରାସୀ ଲଢୁଆ ଜେଟ୍‌ ‘ରାଫେଲ୍‌’ର ନିର୍ମାତା ରାଜି ହୋଇଥିଲେ ବୋଲି ଫରାସୀ ପ୍ରକାଶନ ‘ମିଡିଆପାର୍ଟ’ କରିଥିବା ତଦନ୍ତରୁ ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ‘ଗୋପନୀୟ ଅଡିଟ୍‌ ରିପୋର୍ଟ’ରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ‘ମିଡିଆପାର୍ଟ’ ରିପୋର୍ଟ କରିଛି, ଯେ ରାଫେଲ୍‌ ଜେଟରେ ୫୦ଟି ବୃହତକାୟ ‘ରେପ୍ଲିକା ମଡେଲ୍‌’ ନିର୍ମାଣ କରିବା ଲାଗି ଏହି ଅର୍ଥ ଦିଆ ଯାଇଥିବା କଥା କମ୍ପାନୀ କହିଛି । କି;ୁ, ସେଭଳି କୌଣସି ମଡେଲ୍‌ ନିର୍ମାଣ ହୋଇଥିବା ସଂକ୍ରାନ୍ତରେ ନିରୀକ୍ଷକମାନେ କୌଣସି ପ୍ରମାଣ ଦେଇ ପାରି ନାହାନ୍ତି । ଅଭିଯୋଗ ହେଉଥିବା ଏହି ଲାଞ୍ଚ ବିରୋଧରେ ‘ଫ୍ରେଞ୍ଚ୍‌ ଆଣ୍ଟି-କରପସନ୍‌ ଏଜେନ୍‌ସି’ ଅଦାଲତକୁ ଯାଇ ନଥିବାରୁ ଉଭୟ ବିଚାର ବ୍ୟବସ୍ଥା ଏବଂ ରାଜନୈତିକ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କଥା ‘ମିଡିଆପାର୍ଟ’ କହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

କୋଭିଡ ଟୀକା ନେଲେ ବୈଜୟନ୍ତ ପଣ୍ଡା

Read More...

ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page