ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌

April 05, 2021, ଦେଶ, , Anupambharat News Bureau


ଏୟାର ଇଣ୍ଡିଆକୁ କିଣିବ ଟାଟାଗ୍ରୁପ୍‌
Anupambharat News Bureau
April 05, 2021


ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ଦୌଡରେ ସବୁଠୁ ଆଗରେ ରହିଛି ଟାଟା ସନ୍ସ ଲିମିଟେଡ୍‌ । ସରକାର ଏବଂ ଟାଟା ମଧ୍ୟରେ ଶୀଘ୍ର ଚୁକ୍ତିନାମା ପୂରା ହେବାକୁ ଯାଉଛି । ସୂତ୍ର ଅନୁଯାୟୀ, ଟାଟା ଚଳିତ ମାସର ଶେଷ ସୁଦ୍ଧା ଏୟାର ଇଣ୍ଡିଆକୁ କିଣିବା ପାଇଁ ନିଲାମ କାଗଜପତ୍ର ପ୍ରଦାନ କରିବ । ସୂଚନାଯୋଗ୍ୟ, ସରକାର ଋଣରେ ବୁଡି ରହିଥିବା ଏୟାର ଇଣ୍ଡିଆକୁ ବିକିବାକୁ ଚାହୁଁଛନ୍ତି । ୨୦୦୭ରେ ରାଜ୍ୟ ସଞ୍ଚାଳିତ ଇଣ୍ଡିଆନ ଏୟାରଲାଇନ୍ସ ସହ ବିଲୟ ପରେ ଏୟାରଲାଇନ୍‌ରେ ବାର୍ଷିକ ଲାଭ ଅହେତୁକ ହ୍ରାସ ଘଟିଛି । ଆଗାମୀ ବର୍ଷରେ ବଡ ସଂଖ୍ୟାରେ ଏୟାର ଇଣ୍ଡିଆର କର୍ମଚାରୀ ଅବସର ନେବାକୁ ଯାଉଛନ୍ତି । ଏମିତିରେ କମ୍ପାନୀର ମାଲିକାନା କର୍ମଚାରୀଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ସେମାନେ ଚାହୁଁଛନ୍ତି ମାଲିକାନା କାହା ହାତକୁ ଯାଉନା କାହିଁକି ମାତ୍ର ସରକାର ପେସନସନ ସମ୍ବନ୍ଧିତ ମାମଲା ନିଜେ ପରିଚାଳନା କର;ୁ । ସୂଚନାଯୋଗ୍ୟ, ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ହିଁ ୧୯୩୨ ମସିହାରେ ଆରମ୍ଭ କରିଥିଲା । ପରେ ୧୯୫୩ରେ ସରକାରଙ୍କୁ ବିକ୍ରି କରାଯାଇଥିଲା । ଏବେ ପୁଣି ଥରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିବାକୁ ଚାହୁଁଛି । ସରକାର ଆଶା ରଖିଛନ୍ତି ଯେ, ଏୟାର ଇଣ୍ଡିଆର ବିନିବେଶ ଆଗାମୀ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ପୂରା ହୋଇଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

ରାଫେଲ୍‌ ଚୁକ୍ତି : ଭାରତୀୟ ମଧ୍ୟସ୍ଥି ଟଙ୍କା ନେଇଥିଲେ

Read More...

ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

ପୁଣି ମୁମ୍ବାଇରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page