୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା

March 23, 2021, ଦେଶ, , Anupambharat News Bureau


୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା
Anupambharat News Bureau
March 23, 2021


ନୂଆଦିଲ୍ଲୀ,୨୩ା୩: ଏଣିକି ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା ଦିଆଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିଜକୁ ଟିକାକଣରେ ସାମିଲ କରିବାକୁ ପଞ୍ଜୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀ ଜାଭେଡ଼କର ପ୍ରକାଶ କରିଛନ୍ତି । ଗତ ଜାନୁୟାରୀରୁ ଦେଶରେ ଟିକାକରଣ ଆରମ୍ଭ କରାଯାଇଥିବା ବେଳେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୪୫ ବର୍ଷରୁ ଅଧିକ ରୋଗରେ ପୀଡ଼ିତଙ୍କୁ ଏହାର ଡୋଜ ଦିଆଯାଉଥିଲ । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକା ନେବା ବୟସ ସୀମାକୁ ଆହୁରି ହ୍ରାସ କରିଥିବା କୁହାଯାଇଛି । ଅନ୍ୟପକ୍ଷେ କେନ୍ଦ୍ର ସରକାର କୋଭିଡ଼-୧୯ ନେଇ ଆଜି ନୂଆ ଗାଇଡ଼ଲାଇନ୍‌ ଜାରି କରିଛନ୍ତି । ଏଥିରେ ବିଭିନ୍ନ ସଂକ୍ରମିତ ସହର ଓ ନଗର ସ୍ଥାନୀୟ ଅଞ୍ଚଳମାନଙ୍କରେ କଟକଣା ଜାରି କରିବା ଦିଗରେ ପ୍ରାଧାନ୍ୟତା ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି କଟକଣା କାର୍ଯ୍ୟକାରୀ କରାଯାଉଛି । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ଗାଇଡଲାଇନ୍‌ ଜାରି କରାଯାଇଛି, ତାହା ଏପ୍ରିଲ ପହିଲାରୁ ଲାଗୁ ହେବ ଏବଂ ୩୦ ପର୍ଯ୍ୟନ୍ତ ଜାରି ରହିବ । ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ଗାଇଡ଼ଲାଇନ୍‌ ଅନୁଯାୟୀ ବିଭିନ୍ନ ରାଜ୍ୟସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପରାମର୍ଶ ଦିଆଯାଇଛି ଯେ, ନିର୍ଦ୍ଧିଷ୍ଟ ଭାବେ ଯେଉଁ ଅଞ୍ଚଳମାନଙ୍କରେ କରୋନା ସଂକ୍ରମଣ ବ୍ୟାପୁଛି ଉକ୍ତ ଅଞ୍ଚଳରେ ହିଁ କଟକଣା ଲାଗୁ କରାଯିବ । ଦେଶର ସମସ୍ତ ଅଞ୍ଚଳରେ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ନୂତନ ଗାଇଡ଼ ଲାଇନ୍‌ରେ ନିର୍ଦ୍ଦେଶ ଦିଆଯାଇଛି । ଅଧିକରୁ ଅଧିକ ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ମଧ୍ୟ ନିୟମାବଳୀରେ ଉଲ୍ଲେଖ ରହିଛି । କଣ୍ଟେନମେଣ୍ଟ ନିୟମାବଳିକୁ ଏପ୍ରିଲ ପହିଲାରୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏ ଦିଗରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ ଅଞ୍ଚଳମାନଙ୍କରେ ଆର୍‌ଟି-ପିସିଆର ନମୁନା ପରୀକ୍ଷଣ ହ୍ରାସ ପାଇଛି, ପୁଣି ଥରେ ଏହା ୭୦ ପ୍ରତିଶତକୁ ବୃଦ୍ଧି କରାଯିବ । ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା ସହାୟତା କରାଯିବ । ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା
ଲୋକଙ୍କୁ ମଧ୍ୟ ବାହାର କରାଯାଇ ସେମାନଙ୍କୁ ମଧ୍ୟ ସଂଗରୋଧରେ ରଖାଯିବ । ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲ୍ଲା ପ୍ରଶାସନ ମାନେ କଣ୍ଟେନମେଣ୍ଟ ଜୋନ୍‌କୁ ଚିହ୍ନଟ କରି ଏହାକୁ ପୃଥକ ଭାବେ ରଖିବେ । ଗୋଟିଏ ରାଜ୍ୟରେ ବୃଦ୍ଧି ପାଉଥିବା କଣ୍ଟେନମେଣ୍ଟ ଜୋନ୍‌ଗୁଡିକ ତୁରନ୍ତ ସରକାରୀ େୱବସାଇଟ୍‌ରେ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ ନହେଲେ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ପୌରପାଳିକା କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କେନ୍ଦ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ

ସର୍ଭେଲାନ୍ସ ଓ ଟେଷ୍ଟିଂ ବୃଦ୍ଧି ନିର୍ଦ୍ଦେଶ

Read More...

ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ

ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page