ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

March 17, 2021, ଦେଶ, , Anupambharat News Bureau


ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ
Anupambharat News Bureau
March 17, 2021

ନୂଆଦିଲ୍ଲୀ: ସଂସଦରେ ବୁଧବାର ୨୦୨୧-୨୨ ବର୍ଷ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଦାନ ଦାବି ଚର୍ଚ୍ଚାରେ କଂଗ୍ରେସ ସାଂସଦ ମନିଷ ତିୱାରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସରକାର ଭାରତୀୟଙ୍କ ଜୀବନକୁ ନେଇ ଟିକା କୂଟନୀତି କରୁଥିବା ସେ ଅଭିଯୋଗ କରିଛନ୍ତି । ତିୱାରୀ କହିଛନ୍ତି ଯେ ଆମ ଦେଶରେ ଟିକାକରଣ ପ୍ରକ୍ରିୟା ସଠିକ ଢଙ୍ଗରେ ହେଉ ନାହିଁ । ଅନ୍ୟପଟେ ଭାରତରେ ପ୍ରସ୍ତୁତ ଟିକାକୁ ସରକାର ଅନ୍ୟ ଦେଶଙ୍କୁ ଦେଇ ଚାଲିଛନ୍ତି । ଏଣୁ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଦେଶରେ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେବା ଦରକାର ବୋଲି ତିୱାରୀ ଦାବି କରିଛନ୍ତି । ତିୱାରୀ କହିଛନ୍ତି ଯେ ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩.୪୮ କୋଟି ଲୋକେ ପ୍ରଥମ ଡୋଜ ଟିକା ଗ୍ରହଣ କରିଛନ୍ତି ।ସେହିପରି ଟିକାର ଦ୍ୱିତୀୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୬୧ଲକ୍ଷରୁ ସାମାନ୍ୟ ଅଧିକା । ଏହାର ଅର୍ଥ ଦେଶରେ ଠିକ୍‌ ଭାବେ ଟିକାକରଣ ହେଉ ନାହିଁ । ଯଦି ଦେଶରେ କରୋନା ଟିକାକରଣ ଏହି ଗତିରେ ଚାଲେ ତେବେ ସେରମ ଇନଷ୍ଟିଚ୍ୟୁଟ୍‌ ଙ୍କ ଉପଲବ୍ଧ ଷ୍ଟକ୍‌ର ଆମେ ଉପଯୋଗ କରିପାରିବା ନାହିଁ । ଏଣୁ ଦେଶରେ ଟିକାକରଣ ଠିକ୍‌ ଭାବେ ହେଉ ନଥିବା କଥା ସେ କହିଛନ୍ତି । ଦେଶରେ କରୋନା ଭାଇରସ ସଂକ୍ରମଣର ନୂଆ ଲହର କଥା ଉଠାଇ ମହାମାରୀ ଭଳି ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରମାନଙ୍କ ସହ ମିଶି କେନ୍ଦ୍ର ରଣନୀତି ପ୍ରସ୍ତୁତ କରୁ । ଏହା ଛଡା ମହାମାରୀ ଲାଗି ଦେଶରେ ଆଇନ ଅଣାଯାଉ ବୋଲି ତିୱାରୀ କହିଛନ୍ତି । କାରଣ ଉପୁଜିଥିବା ପରିସ୍ଥିତିରେ ଘରୋଇ ହସ୍ପିଟାଲମାନଙ୍କର ଲାଭଖୋର ମନବୃତ୍ତି ଉପରେ ଅଙ୍କୁଶ ଲଗାଇବାର କୌଣସି ବ୍ୟବସ୍ଥା ନାହିଁ ।ଏଥିଲାଗି ନିୟମ ହେବା ଦରକାର ଯାହା ପରିସରରେ ସରକାରୀ ଚିକିତ୍ସା ସେବାକୁ ମଧ୍ୟ ରଖାଯିବା ଦରକାର ବୋଲି ସେ କହିଛନ୍ତି । ସେହିପରି କରୋନା ଭାଇରସ ମହାମାରୀର ପ୍ରସାରରେ ଚୀନ୍‌ର ଭୂମିକା ସାର୍ବଜନିକ କରିବା ଉଭୟ ଭାରତ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାୟିତ୍ୱ ବୋଲି ତିୱାରୀ କହିଛନ୍ତି । କାରଣ ବିଶସ୍ୱାସ୍ଥ୍ୟ ସଙ୍ଗଠନରେ ଭାରତ ଏବେ ପ୍ରମୁଖ ଭୂମିକା ନିର୍ବାହ କରୁଛି । କରୋନା ଭାଇରସ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ଔପଚାରିକ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନିକ ପଟଳରେ ରଖାଯାଇ ନାହିଁ । ତେବେ ବଡ଼ କଥା ହେଲା ଡବ୍ଲୁଏଚଓ ଏକଜ୍ୟୁକୁଟିଭ ବୋର୍ଡର ଅଧ୍ୟକ୍ଷତା ଭାରତ କରୁଛି ବୋଲି ତିୱାରୀ କହିଛନ୍ତି । ଆଲୋଚନାରେ ତିୱାରୀ ଗତବର୍ଷ ହୋଇଥିବା ଲକଡାଉନର ପ୍ରସଙ୍ଗ ମଧ୍ୟ ରଖିଛନ୍ତି । ଏଥିରେ ଦେଶଲାଗି ସେତେବେଳେ ଏତେ ବ୍ୟାପକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲକଡାଉନ୍‌ ଘୋଷଣା କରିବାର ୪ ଦିନ ପରେ ଦେଶରେ ଲକ୍ଷଲକ୍ଷ ଶ୍ରମିକ ପାଦରେ ଚାଲିଚାଲି ଘରକୁ ଫେରିବା ଆରମ୍ଭ କରିଥିଲେ । ଫଳରେ ବିଭିନ୍ନ ଦୁର୍ଘଟଣା ଓ ଭୋକ ଉପାସରେ ଅନେକ ପଥଶ୍ରାନ୍ତ ଶ୍ରମିକ ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଥିଲେ, ଯାହାର ହିସାବ ସରକାରଙ୍କ ପାଖରେ ମଧ୍ୟ ନାହିଁ । ସରକାର କହିଥିଲେ ୧୬ ମଇ ୨୦୨୦ରେ ଦେଶ ଭୂତାଣୁ ଶୂନ୍ୟ ହୋଇଯିବ । ହେଲେ ୧୬ ମାର୍ଚ୍ଚ ୨୦୨୧ ଗୋଟିଏ ଦିନରେ ଦେଶରେ ୨୪ ହଜାର ନୂଆ ସଂକ୍ରମିତ ବାହାରିଛନ୍ତି ।
ତେବେ ମୁଁ ଏଥିଲାଗି ସରକାରଙ୍କୁ ଦୋଷ ଦେଉ ନାହିଁ, ହେଲେ ସରକାର ଗତବର୍ଷ ଯେଉଁ ରଣନୀତି ଅବଲମ୍ବନ କରିଥିଲେ ତା ବଦଳେ ଅନ୍ୟ କିଛି ପନ୍ଥା ଅବଲମ୍ବନ କରାଯାଇ ପାରିଥାନ୍ତା ବୋଲି ତିୱାରୀ କହିଛନ୍ତି । ଏଥିଲାଗି ଗତବର୍ଷର ଅନୁଭବକୁ ପାଥେୟ କରି ସରକାର ଏକ ସମଗ୍ର ଆଇନ ପ୍ରଣୟନ କର;ୁ ଓ ଉପୁଜିଥିବା ପରିସ୍ଥିତିର ମୁକାବିଲା କର;ୁ । ଯେଉଁଥିରେ ସରକାର ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ ଚିକିତ୍ସା ସେବା ଲାଗି ନିଶ୍ଚିତ ନିୟମ ନିର୍ଦ୍ଧାରଣ କର;ୁ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

Read More...

ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page