ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ

March 17, 2021, ଦେଶ, , Anupambharat News Bureau


ମିଗ୍‌-୨୧ ବିମାନ ଦୁର୍ଘଟଣା, କ୍ୟାପ୍‌ଟେନ୍‌ ମୃତ
Anupambharat News Bureau
March 17, 2021


ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ବାଇସନ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛିଛ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରୁ ଏକ ଯୁଦ୍ଧ ପ୍ରଶିକ୍ଷଣ ମିଶନ ପାଇଁ ଯାଇଥିଲା । ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁରେ ଭାରତୀୟ ବାୟୁସେନା ଗଭୀର ଶୋକ ପ୍ରକାଶ କରିଛି । ବାୟୁସେନା ମୃତ ଗ୍ରୁପ କ୍ୟାପଟେନଙ୍କ ପରିବାରକୁ ସମବେଦନା ଜଣାଇଛି । ଦୁର୍ଘଟଣାର କାରଣ ପତା କରିବାକୁ କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଛି । ତେବେ ଏହି ଦୁର୍ଘଟଣା କିଭଳି ହେଲା ତାହା ଉପରେ ବିଶେଷ ତର୍ଜମା କରାଇ ରିପୋର୍ଟ ଦେବାକୁ କୁହାଯାଇଛି । ଏହାପରେ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

ଭାରତୀୟଙ୍କ ଜୀବନକୁ ନେଇ ‘ଟିକା କୂଟନୀତି’ କରୁଛନ୍ତି ସରକାର: ତିୱାରୀ

Read More...

ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

ଗୁରୁବାର ଷ୍ଟ୍ରାଇକ୍‌ କରିବେ ଜୀବନ ବୀମା କମ୍ପାନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page