ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

February 18, 2021, ଓଡ଼ିଶା, , Anupambharat News Bureau


ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ
Anupambharat News Bureau
February 18, 2021


ଜଳ ସଂରକ୍ଷଣ ଓ ଜଳ ବ୍ୟବହାରରେ ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ଆଗାମୀ ୪-୫ ବର୍ଷ ମଧ୍ୟରେ ୧୧ ହଜାର ୭ ଶହ କୋଟି ଟଙ୍କା ପୁଞ୍ଜି ନିବେଶରେ ଭୂପୃଷ୍ଠ ଜଳ ଓ ନଦୀ ଜଳର ବ୍ୟାପକ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଯାଉଥିଲା ବେଳେ ଗ୍ରୀନ କ୍ଲାଇମେଟ ଫଣ୍ଡର ସହଭାଗିତାରେ ୧ ହଜାର ୯୮ କୋଟି ଟଙ୍କାରେ ରାଜ୍ୟର ୧୫ଟି ଜିଲ୍ଲାରେ ୧୦ ହଜାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଜଳସେଚନ ଟ୍ୟାଙ୍କ ମାଧ୍ୟମରେ ଭୂତଳ ଜଳର ସ୍ତର ବୃଦ୍ଧି କରା ଯିବ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରେ ଦେଇଥିବା ଅଭିଭାଷଣରେ ଏହା ଉଲ୍ଲେଖ କରିଛନ୍ତି । ୪୦ ପୃଷ୍ଠା ସମ୍ବଳିତ ଇଂରାଜୀ ପୁସ୍ତିକା ପାଠ କରିବା ବେଳେ ରାଜ୍ୟପାଳ ଏହା ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଜଳ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ନିର୍ମାଣ
ଯୋଜନାରେ ୧୬ ହଜାର ଆଡିବନ୍ଧ ନିର୍ମାଣ କରିବା ସହ କୃଷକ ମାନଙ୍କୁ ୭୯ ହଜାର ଗଭୀର ନଳକୂପ ଏବଂ ୧୦୯ଟି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ଏହା ବ୍ୟତୀତ ଅଣ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଇଡକୋ ସଂସ୍ଥା ୧୧୭ ଗୋଟି ଶିଳ୍ପାଂଚଳ ବିକାଶ କରିବା ସହ ପ୍ରଥମ ପର୍ଯ୍ୟାୟରେ ରହିଥିବା ୧୦ ଗୋଟି ଶିଳ୍ପାଂଚଳର ଆଧୁନିକୀକରଣ ଓ ସଂପ୍ରସାରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି ଭିଜନ ୨୦୨୫ରେ ପ୍ରସ୍ତାବିତ ପାଂଚ ବର୍ଷରେ ପାଂଚ ଗୋଟି ସର୍ବୋତ୍କୃଷ୍ଟ ଶିଳ୍ପ ପୁଂଜ ସୃଷ୍ଟି କରିବାକୁ ପଦକ୍ଷେପ ନିଆ ଯାଉଛି ।
ରାଜ୍ୟରେ ପର୍ଯଟନ ଭିତିଭୂମିର ବିକାଶ ନିମନ୍ତେ ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ, ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଓ ପାର୍ଶବର୍ତୀ ଅଂଚଳର ଭିତିଭୂମି ବିକାଶ, କୋଣାର୍କ ପରିବେଶ ପର୍ଯ୍ୟଟନ, ଭିତର କନିକା ଜାତୀୟ ଉଦ୍ୟାନ, ଦାରିଙ୍ଗିବାଡି ଶୈଳ ନିବାସ, ହୀରାକୁଦ ଜଳଭଣ୍ଡାର, କୋଣାର୍କର ରାମଚଂଡୀ ବେଳାଭୂମି, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଶିମିଳିପାଳ ଠାରେ ପରିବେଶ ପର୍ଯ୍ୟଟନ ଶିବିର ଆୟୋଜନ ପରି ଅନେକ ପଦକ୍ଷେପ ସରକାର ନେଇଛନ୍ତି ।
ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ୧.୨ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରା ଯାଇଛି । ଏହା ଅଧିନସ୍ଥ ଆନୁଷଙ୍ଗିକ ସଂଗଠିତ କ୍ଷେତ୍ରରେ ୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି । ଏହି ଉଭୟ କ୍ଷେତ୍ରରେ ସମୁଦାୟ ନିଯୁକ୍ତି ପ୍ରାୟ ୧୦ ଲକ୍ଷ ହେବ ବୋଲି ଆକଳନ କରା ଯାଇଛି ।
କୋବିଡ ମହାମାରୀ ପରିସ୍ଥିତିରେ ଓଡିଶା ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଂଜି ନିବେଶ ଆକୃଷ୍ଟ କରିବାରେ ସ କ୍ଷମ ହୋଇ ପାରିଛି । ୧.୨୦ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବକୁ ଇତି ମଧ୍ୟରେ ମଂଜୁରୀ ଦେଇ ସାରିଛି । ଓଡିଶା ଦୃତ ଗତିରେ ପୂର୍ବ ଭାରତର ଉପିାଦନ କେନ୍ଦ୍ର ଭାବେ ଉଭା ହୋଇଛି ।
ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ୩୮ ହଜାର ଯୁଗ୍ମ ଋଣ ଗୋଷ୍ଠୀଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ୨୩୦ କୋଟି ଟଙ୍କା ଯୋଗାଇ ଦେବା ସହ କାଳିଆ ଯୋଜନାରେ ୫୦ ହଜାର ଟଙ୍କା ଯାଏ ଋଣକୁ ୨୦୧୯-୨୦ ଠାରୁ ବିନା ସୁଧ ଋଣରେ ପରିଣତ କରା ଯାଇଛି ।
କୋବିଡ ପରିସ୍ଥିତିରୁ ମୁକୁଳିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୨୮୯ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରା ଯାଇଛି ଯେଉଁଥିରେ ୧.୭୬ ଲକ୍ଷ ଉଦ୍ୟୋଗ ପାଇଁ ସୁଧ ଛାଡ ବ୍ୟବସ୍ଥା ହୋଇଛି ।
୨୦୨୦-୨୧ ମସିହାରେ ରାଜ୍ୟ ସରକାର ୫୫୦୪ କିମି ଗ୍ରାମାଂଚଳ ରାସ୍ତା ଏବଂ ବିଭିନ୍ନ ଯୋଜନା ଅଧୀନରେ ଗ୍ରାମାଂଚଳର ୨୫୦ରୁ ଉର୍ଧ ପୋଲ ନିର୍ମାଣ କାମ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତିା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପ ପାଇଁ ନିର୍ମାଣ ଖର୍ଚର ପ୍ରାୟ ୨୫ ପ୍ରତିଶତ ଅର୍ଥ ଓ ମାଗଣା ଜମି ଯୋଗାଇ ଦେବା ସହ କଳାହାଣ୍ଡି ଜିଲ୍ଲାର ନର୍ଲା ରେଳ ଷ୍ଟେସନ ଠାରୁ ପ୍ରସ୍ତାବିତ ବିଦ୍ୟୁତ ଲୋକମେଟିଭ ବାର୍କସପ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ ପାଇଁ ମାଗଣାରେ ଜମି ଯୋଗାଇ ଦେବାକୁ ନିଷ୍ପତି ନିଆ ଯାଇଛି । ସେହିପରି ରାଜ୍ୟରେ ବିମାନ ଚଳାଚଳ ବ୍ୟବସ୍ଥାକୁ ଅଧିକ ସଂପ୍ରସାରିତ ଓ ବିକଶିତ କରିବା ପାଇଁ ବିରାଶାଳ ଏୟାରଷ୍ଟ୍ରିପ ଠାରେ ଏକ ବିମାନ ଚାଳନା ତାଲିମ କେନ୍ଦ୍ର, ମାଲକାନଗିରିରେ ଏକ ନୂତନ ଏୟାରଷ୍ଟ୍ରିପ ନିର୍ମାଣ, ଆରସିଏସ ଉଡାଣ ଯୋଜନାରେ କୋରାପୁଟ ଜିଲ୍ଲାର ଜୟପୁର ଏୟାର ଷ୍ଟ୍ରିପ, ସୁନ୍ଦରଗଡ ଜିଲ୍ଲାର ରାଉରକେଲାର ଏୟାରଷ୍ଟ୍ରିପ, କଳାହାଣ୍ଡି ଜିଲ୍ଲାର ଉତକେଲା ଏୟାରଷ୍ଟ୍ରିପର ଉନ୍ନତିକରଣ କରିବାକୁ ନି ଷ୍ପତି ଗ୍ରହଣ କରା ଯାଇଛି ।
ସେ କହିଛନ୍ତି ଯେ ରାଜ୍ୟରେ ସମସ୍ତଙ୍କୁ ୨୪ ଘଂଟିଆ ବିଦ୍ୟୁତ ସେବା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ । ଲୋ ଭଲଟେଜ ପରିସ୍ଥିତିର ସମାଧାନ ପାଇଁ ୩୩ ବାଇ ୧୧ କେଭି ଗ୍ରୀଡ ସବ ଷ୍ଟେସନ, ଓଡିଏସଏସପି ଅଧୀନରେ ୩୩ ବାୟ ୧୧ କେଭି ସମ୍ପନ୍ନ ୪୭୩ଟି ଗ୍ରୀଡ ସବ ଷ୍ଟେସନ ନିର୍ମାଣ ପାଇଁ ସ୍ଥିର କରା ଯାଇଛି । ସେଥି ମଧ୍ୟରୁ ୩୩୫ଟିର କାମ ସମ୍ପୂର୍ଣ ହୋଇଛି ।
ଭର୍ଚୁଆଲ ଶୁଣାଣୀ ଓ ବିଚାର ପାଇଁ ଓଡିଶା ହାଇକୋର୍ଟ ଭଳି ୩୦ଟି ଜିଲ୍ଲାର ଜଜଙ୍କ ପାଇଁ ହାଇ ସ୍ପିଡ ଇଂଟରନେଟର ଯଥାଶୀଘ୍ର ବ୍ୟବସ୍ଥା କରା ଯିବ । କୋର୍ଟ କେସ ସମ୍ବନ୍ଧୀୟ କାଗଜାତ ଅନଲାଇନରେ ଉପଲବ୍ଧ କରାଇବା ପାଇଁ ଏକ ସ୍କାନିଂ ଓ ଡିଜିଟାଇଜେସନ କାମ ହାତକୁ ନିଆ ଯାଇଛି । ବିଶ୍ୱ ବ୍ୟାଙ୍କ ଏକାଉଂଟରେ ଜମା ଥିବା ୨୮ ଶହ କୋଟି ଟଙ୍କାକୁ ଫେରାଇ ଆଣିବାରେ ସରକାର ସଫଳ ହୋଇଛନ୍ତି । ରାଜ୍ୟ ସମ୍ବଳର ପ୍ରମୁଖ କର ଯୁକ୍ତ ଓ କର ବିହୀନ ସାମଗ୍ରୀ ଉପରେ ବକେୟା ଥିବା କର ଆଦାୟ ପାଇଁ ଓଟିଏସର ବ୍ୟବସ୍ଥା ଆରମ୍ଭ କରା ଯାଇଛି । ୨୦୨୧ ଜାନୁଆରୀ ସୁଦ୍ଧା ୩୮ ହଜାର ୭୬୦ କୋଟି ଟଙ୍କା ଆଦାୟ କରିବାକୁ ସରକାର ସଫଳ ହୋଇଛନ୍ତି ଯାହା ବିଗତ ଆର୍ଥିକ ବର୍ଷରେ ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ଠାରୁ ୩.୭ ପ୍ରତିଶତ ଅଧିକ ଅଟେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

Read More...

ରେଳ ରୋକ୍‌ ରାଜ୍ୟରେ ସଫଳ

ରେଳ ରୋକ୍‌ ରାଜ୍ୟରେ ସଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page