ରେଳ ରୋକ୍‌ ରାଜ୍ୟରେ ସଫଳ

February 18, 2021, ଓଡ଼ିଶା, , Anupambharat News Bureau


ରେଳ ରୋକ୍‌ ରାଜ୍ୟରେ ସଫଳ
Anupambharat News Bureau
February 18, 2021


ଭୁବନେଶ୍ୱର, ୧୮ା୦୨ (ଅନୁପମ ମିଡିଆ): ଫେବୃଆରୀ ­ କୃଷି ଓ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା ଏବଂ ଦିଲ୍ଲୀରେ କୃଷକ ଆନ୍ଦୋଳନ ବିରୋଧରେ ଦମନ, ଅତ୍ୟାଚାର ଓ ମିଥ୍ୟା କେଶ୍‌ ବନ୍ଦ କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ମିଳିତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ ଆନ୍ଦୋଳନର ଡାକରା ଦିଆଯାଇଥିଲା ତାହା ଓଡ଼ିଶାରେ ସଫଳ ହୋଇଛି ।ଏହି ଉପଲକ୍ଷେ ଗୁରୁବାର ମଧ୍ୟାହ୍ନରେ ଭଗବତୀ ଭବନଠାରୁ ଅଖିଳ ଭାରତ କୃଷକ ସଭା ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ବିକେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଅଖିଳ ଭାରତ କୃଷକ ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ଓଡ଼ିଶା ରାଜ୍ୟ କୃଷକ ସଭାର ସମ୍ପାଦକ ସୁରେଶ ପାଣିଗ୍ରାହୀ, ସଂଘର୍ଷ ସମିତିର ମହେନ୍ଦ୍ର ପରିଡ଼ା ଓ ଏଆଇଏସଏଫ ରାଜ୍ୟ ସଭା ନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ରେଳଧାରଣାରେ ବସିରହି ନନ୍ଦନକାନନ ଏକ୍ସପ୍ରେସ୍‌ ସମେତ ବିଭିନ୍ନ ଟ୍ରେନ ସମ୍ମୁଖରେ ପିକେଟିଂ କରିଥିଲେ । ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିଲା । ସୂଚନାଯେ, ମଣ୍ଡି ଓ ଏମ୍‌ଏସ୍‌ପି ପ୍ରସଙ୍ଗରେ ଚାଷୀମାନେ ନୂତନ କୃଷି ଆଇନକୁ ଦେଶବ୍ୟାପୀ ତୀବ୍ର ବିରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

Read More...

ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page