ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ବାଇଡେନ୍‌ଙ୍କ ଶପଥ

January 20, 2021, ବିଦେଶ, , Anupambharat News Bureau


ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ବାଇଡେନ୍‌ଙ୍କ ଶପଥ
Anupambharat News Bureau
January 20, 2021


ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ ସମାରୋହ । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌ । ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେଇଛନ୍ତି ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯିବ । କୋଭିଡ-୧୯ର ମହାମାରୀ ସଂକ୍ରମଣ ଏବଂ ବିଦାୟୀ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ସମର୍ଥକ ହିଂସାକାଣ୍ଡ ଭିଆଇବା ଆଶଙ୍କାରେ ଶପଥ ସମାରୋହକୁ କାଣ୍ଟଛାଣ୍ଟ କରାଯାଇଛି ।
ବିଦାୟୀ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି । ସୁରକ୍ଷା ଦୃଷ୍ଟିରେ ୱାସିଂଟନ ଡିସିରେ ୧୫ହଜାରରୁ ଅଧିକ ନ୍ୟାସନାଲ ଗାର୍ଡ ମୁତୟନ ହୋଇଛନ୍ତି । ଏହାସହ ଅତିରକ୍ତ ହଜାରେ ପୋଲିସ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଜୋ ବାଇଡେନ୍‌ ହ୍ୱାଇଟ୍‌ ହାଉସ ବାହାରେ ଶପଥ ନେବା ପାଇଁ ଜିଦି ଧରିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ ହୋଇଛି ।
କୋଭିଡ -୧୯ ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କୋଭିଡ୍‌ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ସୋସିଆଲ ଡିଷ୍ଟାନ୍ସିଂ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମାରୋହରେ ଆମେରିକାର ସିନେଟର ଓ କଂଗ୍ରେସର ସଦସ୍ୟମାନେ ବିନା ଟିକେଟରେ ପ୍ରବେଶ କରିବେ । କି;ୁ ଅନ୍ୟ ଏକ ହଜାର ଦର୍ଶକଙ୍କୁ ଏଥିରେ ଯୋଗଦେବା ଲାଗି ଟିକେଟ ଦିଆଯାଇଛି । ଉଲ୍ଲେଖଥାଉକି, ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି ଜୋ ବାଇଡେନ୍‌ । ଜାନୁଆରୀ ୨୦ ଅର୍ଥାତ ଆଜି ଆମେରିକା ନିଜର ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପାଇବାକୁ ଯାଉଛି । ପ୍ରଥମଥର ଲାଗି ଉପରାଷ୍ଟ୍ରପତି ଦାୟିିବ ସମ୍ଭାଳିବେ ଜଣେ ମହିଳା ପୁଣି ଭାରତୀୟ ବଂଶୋଦ୍ଭବ- କମଳା ହ୍ୟାରିସ । ବାଇଡେନ୍‌ଙ୍କ ସରକାରରେ ଭାରତୀୟ ଆମେରିକୀୟଙ୍କ ଦବାଦବା ଆରମ୍ଭ ହେବ ।
ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ଭାରତୀୟ ଆମେରିକୀୟ । ପ୍ରଥମ ଥର ପାଇଁ ୧୨ ଜଣ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ନିର୍ବାଚିତ ବାଇଡେନଙ୍କ କ୍ୟାବିନେଟର ଅଂଶ ହେବେ । ନୀରା ଟଣ୍ଡନ- ହ୍ୱାଇଟ ହାଉସ ଅଫିସ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶକ ଭାବରେ ସେ ବିଭିନ୍ନ ଫେଡେରାଲ୍‌ ଏଜେନ୍ସିଗୁଡିକର ବଜେଟ୍‌ ତଦାରଖ କରିବେ । ଡକଫର ବିବେକ ମୁର୍ତ୍ତୀ- ସେ ଆମେରିକାର ସର୍ଜନ ଜେନେରାଲ ଭାବରେ ଦାୟିତ୍ୱ ପାଇବେ । ବନୀତା ଗୁପ୍ତା- ଆସୋସିଏଟ୍‌ ଆଟର୍ଣ୍ଣି ଜେନେରାଲ୍‌ ଭାବେ କାର୍ଯ୍ୟ କରିବେ । ସେ ନ୍ୟୁୟର୍କ ୟୁନିଭରସିଟି ସ୍କୁଲ୍‌ ଅଫ୍‌ ଲ’ର ଆଲୁମନସ୍‌ । ଆୟଶା ଶାହା- ହ୍ୱାଇଟ୍‌ ହାଉସ୍‌ ଅଫିସ୍‌ ଅଫ୍‌ ଡିଜିଟାଲ୍‌ ଷ୍ଟ୍ରାଟେଜୀ । ଗୌତମ ରାଘବନ୍‌- ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଡେପୁଟି ଡାଇରେକଫର ଭାବେ କାର୍ଯ୍ୟ କରିବେ । ଭାରତରେ ଜନ୍ମଗ୍ରହଣ କରିଥିବା ଗୌତମ ରାଘବ ସିଆଟେଲରେ ବଢ଼ିଛନ୍ତି । ଜାତୀୟ ଆର୍ଥିକ ପରିଷଦର ଉପ ନିର୍ଦେଶକ । ରାମମୂର୍ତ୍ତି ବୋଷ୍ଟନ୍‌ର ବାସିନ୍ଦା, ସେ ହାଭାର୍ଡ କଲେଜ ଏବଂ ୟେଲ ସ୍କୁଲ ଅଫ୍‌ ଲ ଆଲୁମନି । ସ୍ପିଚ୍‌ ରାଇଟିଂ ନିର୍ଦେଶକ । ବିନୟ ଓହୟୋର ଡାଏଟରର୍‌ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ।
ପ୍ରଯୁକ୍ତିବିଦ୍ୟା ଏବଂ ଜାତୀୟ ସୁରକ୍ଷାର ବରିଷ୍ଠ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିବେ । ଅକ୍ସଫୋର୍ଡ ୟୁନିଭରସିଟି, ହାଭାର୍ଡ ୟୁନିଭରସିଟି ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିର ଜଣେ ପ୍ରତିଷ୍ଠିତ ଆଲୁମନି ହେଉଛନ୍ତି ତରୁଣ ଛାବ୍ରା । ମେରିଲ୍ୟାଣ୍ଡର ସୁମୋନା ଜାତୀୟ ସୁରକ୍ଷା ପରିଷଦରେ ଦକ୍ଷିଣ ଏସିଆର ବରିଷ୍ଠ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ । ସାବ୍ରିନା ସିଂହ- ଡେପୁଟି ପ୍ରେସ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବେ ।
ବେଦାନ୍ତ ପଟେଲ- ସହକାରୀ ପ୍ରେସ ସଚିବ ହେବେ । ଗୁଜୁରାଟରେ ଜନ୍ମ ହୋଇଥିବା ବେଳେ କାଲିଫର୍ଣ୍ଣିର୍ଆରେ ବଢ଼ିଛନ୍ତି । ଶାନ୍ତି କାଲାଥିଲ- ଗଣତନ୍ତ୍ର ଏବଂ ମାନବ ଅଧିକାରର ସଂଯୋଜକ ଭାବେ କାର୍ଯ୍ୟ କରିବେ । ସେ ଜଣେ ମୂଳ ଭାରତୀୟ କାଲିଫର୍ନିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଶାନ୍ତି ୟୁସି ବର୍କିଲି ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେତାଜୀ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ

ନେତାଜୀ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ

Read More...

ଜେଲ୍‌ରୁ ମୁକୁଳିବେ ଶଶୀକଳା

ଜେଲ୍‌ରୁ ମୁକୁଳିବେ ଶଶୀକଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page