ଜେଲ୍‌ରୁ ମୁକୁଳିବେ ଶଶୀକଳା

January 20, 2021, ଦେଶ, , Anupambharat News Bureau


ଜେଲ୍‌ରୁ ମୁକୁଳିବେ ଶଶୀକଳା
Anupambharat News Bureau
January 20, 2021


ବେଙ୍ଗାଲୁରୁ: ଜେଲ୍ରୁ ମୁକୁଳିପାରନ୍ତି ପୂର୍ବତନ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳା । ଜାନୁଆରୀ ୨୭ ସକାଳେ ସେ ବେଙ୍ଗାଲୁରୁ ସ୍ଥିତ ପାରାପନ୍ନା ଆଗ୍ରାହରା ଜେଲ୍ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି । ଆୟବର୍ହିଭୁତ ସମ୍ପତି ଅଭିଯୋଗରେ ଶଶିକଳା ୪ ବର୍ଷ ହେଲା ଜେଲ୍‌ରେ ଅଛନ୍ତି । ଏନେଇ ପାରାପନ୍ନା ଆଗ୍ରାହରା ଜେଲ୍ର ମୁଖ୍ୟ ସୁପରିଟେଣ୍ଡେଣ୍ଟ ଇମେଲ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ବୋଲି ଶଶିକଳାଙ୍କ କାଉନସେଲ୍‌ ଏନ. ରାଜା ପାଣ୍ଡିଆନ୍‌ କହିଛନ୍ତି । ଜେଲ୍‌ରୁ ମୁକ୍ତ ହେବା ପାଇଁ ଶଶିକଳା ଯୋଗ୍ୟ ହୋଇଥିବା ବେଳେ ୨୭ ଜାନୁଆରୀ ୨୦୨୧ ସକାଳ ସମୟରେ ସେ ଜେଲରୁ ବାହାରି ପାରିବେ ବୋଲି ଇମେଲ୍‌ ପାଇଛନ୍ତି ପାଣ୍ଡିଆନ୍‌ । ତେଣୁ ଶଶିକଳା ସେହି ସମୟରେ ଜେଲ୍ରୁ ବାହାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ୬୪ କୋଟି ଟଙ୍କାର ଆୟବର୍ହିଭୁତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ବାଇଡେନ୍‌ଙ୍କ ଶପଥ

ଭାରତୀୟ ସମୟ ରାତି ପ୍ରାୟ ୧୦ ଟାରେ ବାଇଡେନ୍‌ଙ୍କ ଶପଥ

Read More...

ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି

ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page