ଯୌତୁକ ପାଇଁ ବଧୂହତ୍ୟା!

May 20, 2019, ଓଡ଼ିଶା, , Anupambharat News Bureau


ଯୌତୁକ ପାଇଁ ବଧୂହତ୍ୟା!
Anupambharat News Bureau
May 20, 2019

ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଯୌତୁକ ପାଇଁ ବଧୂହତ୍ୟା ଭଳି ସାଂଘାତିକ ଅଭିଯୋଗ ଆସିଛି । ଅନୁଗୋଳ ଥାନା ପୁଲିସ ନତଡ଼ା ଗାଁର ସତ୍ୟାନନ୍ଦ ବେହେରା(ଛଦ୍ମନାମ)ଙ୍କ ପତ୍ନୀ ମୀତାଞ୍ଜଳୀଙ୍କୁ ହତ୍ୟା କରାଯାଇଛି । ଘଟଣା ପରେ ସତ୍ୟାନନ୍ଦ ଓ ତାଙ୍କ ପରିବାର ଲୋକେ ଗାଁରୁ କୁଆଡ଼େ ଫେରାର ହୋଇଯାଇଛନ୍ତି । ଅନୁଗୋଳ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ଦେଢ଼ ବର୍ଷ ତଳେ ଅନୁଗୋଳ ଜିଲା ବଳରାମ ପ୍ରସାଦ ଗାଁ ଦୁଃଖବନ୍ଧୁ ରାଉତଙ୍କ ଝିଅ ମୀତାଞ୍ଜଳୀ ରାଉତ (୨୭)ଙ୍କ ବିବାହ ନତଡ଼ା ଗ୍ରାମର ମହେଶ୍ୱର ବେହେରାଙ୍କ ପୁଅ ସତ୍ୟାନନ୍ଦ ବେହେରାଙ୍କ ସହତ ସଂପନ୍ନ ହୋଇଥିଲା । ବିବାହ ପରେ ଯୌତୁକ ଦାବି କରି କୁଆଡ଼େ ସତ୍ୟାନନ୍ଦ ଓ ତାଙ୍କ ପରିବାର ଲୋକେ ମୀତାଞ୍ଜଳୀଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଗତରାତିରେ ବି ସତ୍ୟାନନ୍ଦ ଫୋନ କରି ତାଙ୍କ ଶଳାକୁ ଗାଳିଗୁଲଜ କରିଥିଲେ । ସକାଳେ ମୀତାଞ୍ଜଳୀଙ୍କ ଦେହ ଖରାପ ଥିବା ନେଇ ବାପଘର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ସେମାନେ ଆସିବା ପରେ ପଳଙ୍କ ଉପରେ ମୀତାଞ୍ଜଳୀଙ୍କ ଶବ ପଡ଼ି ରହିଥିଲା । ସତ୍ୟାନନ୍ଦ ଓ ତାଙ୍କ ବାପା-ମାଆ ଫେରାର ହୋଇଯାଇଥିଲେ । ମୀତାଞ୍ଜଳୀଙ୍କ ବେକରେ ଦାଗ ରହିଛି । ସମାନ୍ୟ ଆଘାତ ବି ରହିଛି । ତେଣୁ ତଣ୍ଟି ଚିପି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଦୁଃଖବନ୍ଧୁ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଅନୁଗୋଳ ଥାନା ପୁଲିସ ଶବ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ବାପଘର ଲୋକଙ୍କୁ ମୀତାଞ୍ଜଳୀଙ୍କ ଶବ ହସ୍ତାନ୍ତର କରାଯାଇଛି । ଏସ୍‌ଆଇ ଏନ୍‌. କେ. ଦାସ ମାମଲାର ତଦନ୍ତ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମଦ ନେଲା ଜୀବନ

ମଦ ନେଲା ଜୀବନ

Read More...

ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page