ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

May 20, 2019, ଓଡ଼ିଶା, , Anupambharat News Bureau


ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ
Anupambharat News Bureau
May 20, 2019

ସିନାପାଲି ୨୦ା୫ (ଅନୁପମ ମିଡିଆ): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିସହାୟ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ମାଗଣା ସେବା ଯୋଗାଇ ଦେଉଛନ୍ତି । ହେଲେ ନୂଆପଡା ଜିଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ତିଲେଇମାଲ ଗ୍ରାମ ଠାରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାପ୍ତ ଖବର ଅନୁସାରେ ଗତ ସେପେଫମ୍ବର ମାସରେ ତିଲେଇମାଲ ନିବାସୀ ବୁଧୁରାମ ବାଗଙ୍କ ପୁଅ ମଳୟ ବାଗ (୯) ସାଙ୍ଗ ସାଥୀଙ୍କ ସହ ଖେଳୁଥିବା ବେଳେ ଡାହାଣ ଆଖିରେ ଆଘାତ ଲାଗିଥିଲା । ଘଟଣାକୁ ସାମାନ୍ୟ ଭାବି ମା ବାପା ସ୍ଥାନୀୟ ଉପଚାର କରି ହାଲୁକା ଭାବରେ ନେଇଥିଲେ । ପରବର୍ତ୍ତୀ ସମୟରେ ଆଖି ପିଣ୍ଡୁଳାଟି ଧଳା ହୋଇଯିବା ଫଳରେ ଚିକିତ୍ସା ପାଇଁ ଅନ୍ୟତ୍ର ନେଇଥିଲେ । କିଛିଦିନ ପରେ ଆଖି ପିଣ୍ଡୁଳା ବାହାରି ଫାଟି ଯାଇଥିଲା । ଗରିବ ମା ବାପା ଏଣେ ତେଣେ ଟଙ୍କା ପଇସା ଯୋଗାଡ କରି ମଳୟ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଭଲ ନ ହେବାରୁ ପରବର୍ତ୍ତୀ ସମୟରେ ବିଶାଖାପାଟଣାକୁ ଚିକିତ୍ସା ପାଇଁ ନେଇଥିଲେ । ଏମିତି କି ବାରମ୍ବାର ବୁର୍ଲା, ବିଶାଖାପଟଣା, ଭୁବନେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଯାଇ ବୁଧୁରାମ ସର୍ବସ୍ୱାନ୍ତ ହୋଇଯାଇଥିଲେ । ଶେଷରେ ନିଜ ପିତୃଅର୍ଜିତ ଜମି ଟିକକକୁ ବିକ୍ରି କରି ପୁଅର ଚିକିତ୍ସା ପାଇଁ ସୁଦୂର ବିଶାଖାପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ମଳୟ କ୍ୟାନସରରେ ପୀଡିତ ଥିବା ଡାକ୍ତର ପ୍ରକାଶ କରିବା ସହ ଅପରେସନ୍‌ କରିବାକୁ ପଡିବ ବୋଲି କହିଥିଲେ । ମା ବାପା ଏହା ଶୁଣି ମୁଣ୍ଡରେ ହାତ ଦେଇ ବସିଥିଲେ । ବୁଧୁରାମ ଓ ମାତା ଗୌରୀ କୌଣସି ଉପାୟ ନ ପାଇ ମଳୟକୁ ଘରକୁ ଆଣି ଭଗବାନଙ୍କ ଉପରେ ଭରସା କରି କୌଣସି ବୁଦ୍ଧି ବାଟ ନ ପାଇ ପୁଅକୁ ଚାହିଁ ବସିଛନ୍ତି । ମଳୟ ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହିତ ଖେଳିବା କଥା ହେଲେ ସେ ବୟସରେ ଦୁଃଖ ଓ ଯନ୍ତ୍ରଣା ସହିବା ସହ ମୃତୁ୍ୟ ସହ ଲଢେଇ କରୁଛି । ପୁଅକୁ କେମିତି ଠିକ୍‌ କରିବି ବୋଲି ଭାବି ଅର୍ଥ ଯୋଗାଡ ପାଇଁ ବାର ଦୁଆର ହେଉଛି ବାପା ବୁଧୁରାମ ବାଗ । ହେଲେ କୌଣସି ଉପାୟ ସହଯୋଗ ପାଇପାରୁନାହିଁ ।
କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ କରିବେ ବୋଲି ମଳୟର ମା ବାପା ଚାହିଁ ବସିଛନ୍ତି । ଠିକ୍‌ ହୋଇପାରିବ ବୋଲି ବର୍ତ୍ତମାନ ମଳୟ ମୃତୁ୍ୟ ସହ ଲଢେଇ କରୁଥିବା ବେଳେ ବାପା ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ବେଳେ ଆଜି ଓଡିଶା ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ତଥା ଛତିଶଗଡ ପ୍ରଭାରୀ କମଳ ଚରଣ ତାଣ୍ଡି ଦଶହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ତାଣ୍ଡିଙ୍କ ସହ ସାଧୁ ନିଆଲ, ଧୀରେନ୍ଦ୍ର ଜଗତ, ଗୋବିନ୍ଦା ଅଦା, ମନୋଜ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୌତୁକ ପାଇଁ ବଧୂହତ୍ୟା!

ଯୌତୁକ ପାଇଁ ବଧୂହତ୍ୟା!

Read More...

ମାଟ୍ରିକ ରିଜେଲଫ :  ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

ମାଟ୍ରିକ ରିଜେଲଫ : ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page