ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

December 23, 2020, ଓଡ଼ିଶା, , Anupambharat News Bureau


ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ
Anupambharat News Bureau
December 23, 2020


ଭୁବନେଶ୍ୱର, ୨୩ା୧୨(ଅନୁପମ ମିଡ଼ିଆ): ପରୀ ହତ୍ୟା ମାମଲାକୁ ନେଇ ବିବାଦକୁ ଆସିଥିବା ନୟାଗଡର ଏସ୍‌ପି ପ୍ରତୁ୍ୟଷ ଦିବାକରଙ୍କୁ ଶେଷରେ ରାଜ୍ୟ ସରକାର ବୁଧବାର ବଦଳି କରିଛନ୍ତି । ରାଜ୍ୟ ସରକାର ଆଜି ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନୟାଗଡ଼ ଏସ୍‌ପିଙ୍କ ସମେତ ମୋଟ୍‌ ୨୨ ଜଣ ଅଧିକାରୀଙ୍କର ବଦଳି କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ନୟାଗଡର ଏସପି ପ୍ରତୁ୍ୟଷ ଦିବାକରଙ୍କୁ ଆଇଜି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ତାଳଚେରରେ ଏସ୍‌ଡିପିଓ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷେ ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍‌ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଡିଆଇଜି ଭାବେ କୋରାପୁଟରେ ନିଯୁକ୍ତି ମିଳିଛି । କୋରାପୁଟରେ କାର୍ଯ୍ୟରତ ଡିଆଇଜି ସଫିନ୍‌ ଅହମଦ୍‌ ଡିଆଇଜି ଟେକ୍‌ନିକାଲ ଭାବେ ଅବସ୍ଥାପିତ ହେବେ । ସେହିପରି କ୍ରାଇମ୍‌ବ୍ରାଞ୍ଚରେ କାର୍ଯ୍ୟରତ ଡ.ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଅୱିନାଶ କୁମାରଙ୍କୁ ଡିଆଇଜି, କେନ୍ଦ୍ରାପଡ଼ା ଏବଂ ଏସ୍‌ପି ନିତି ଶେଖରଙ୍କୁ ଅତିରିକ୍ତ ଟେକନିକାଲ(ଏନଫୋରସମେଣ୍ଟ) ଭାବେ ବଦଳି କରା ଯାଇଥିବା ଜଣା ପଡିଛି । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଏସ୍‌ପି ଚରଣସିଂହ ମୀନାଙ୍କୁ ଭଦ୍ରକ ଏସ୍‌ପି ଭାବେ, ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳର ଏସପି ଭାବେ ବଦଳି କରାଯାଇଛି । ଝାରସୁଗୁଡା ଏସପି ରାହୁଲ ଆର ଆରଙ୍କୁ ଯାଜପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗୀର ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା, କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା,ରାୟଗଡ଼ା ଏସ୍‌ପି ଶ୍ରବଣା ବିବେକଙ୍କୁ କଳାହାଣ୍ଡି, ନବରଙ୍ଗପୁର ଏସ୍‌ପି କୁଶଳକର ନିତିନ ଡାଗୁଡୁଙ୍କୁ ବଲାଙ୍ଗୀର ଏସ୍‌ପି ଭାବେ ବଦଳି ହୋଇଛି । ସେହିପରି ଏଆଇଜି ମୁଖ୍ୟ କାର୍ଯ୍ୟାଳୟରୁ ବିବେକାନନ୍ଦ ଶର୍ମାଙ୍କୁ ଏସ୍‌ପି ଭାବେ ରାୟଗଡ଼ା, ଜୟପୁର ଏସ୍‌ଡିପିଓ ବରୁଣ ଗୁଞ୍ଚୁପଲ୍ଲୀଙ୍କୁ କୋରାପୁଟ ଏସ୍‌ପି, ତାଳଚେର ଏସ୍‌ଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍‌ପି, ମାଲକାନଗିରି ଏସ୍‌ଡିପିଓ ପ୍ରହଲ୍ଲାଦ ସାହିଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି ହୋଇଛି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ଅଖିଳେଶ ସିଂହଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ, କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସତ୍ୟଜିତ ନାୟକଙ୍କୁ ଏସ୍‌ପି (କମ୍ପୁ୍ୟଟର ବିଭାଗ) ଓ ଭଦ୍ରକ ଅତିରିକ୍ତ ଏସ୍‌ପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗଡ଼ା ଏସ୍‌ପି (ଅତିରିକ୍ତ ଦାୟିତ୍ୱ) ଭାବେ ଅବସ୍ଥାପିତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

Read More...

ନୂତନ କରୋନାଭାଇରସ୍‌ ସଂକ୍ରମଣ,  ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ

ନୂତନ କରୋନାଭାଇରସ୍‌ ସଂକ୍ରମଣ, ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page