ନୂତନ କରୋନାଭାଇରସ୍‌ ସଂକ୍ରମଣ, ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ

December 21, 2020, ଦେଶ, , Anupambharat News Bureau


ନୂତନ କରୋନାଭାଇରସ୍‌ ସଂକ୍ରମଣ,  ବ୍ରିଟେନକୁ ବିମାନ ଉଡ଼ାଣ ବନ୍ଦ
Anupambharat News Bureau
December 21, 2020


ନୂଆଦିଲ୍ଲୀ,୨୧ା୧୨: ଭାରତରେ କରୋନା ମହାମାରୀ କ୍ରମେ ଶୀର୍ଷ ସ୍ଥାନ୍ତରେ ପହଞ୍ଚି ଏହା ସାମାନ୍ୟ ହ୍ରାସ ପାଇବା ବେଳକୁ ଅନ୍ୟ ଦେଶମାନଙ୍କରେ ପୁଣି ଏହାର ଦ୍ୱିତୀୟ ପର୍ଯ୍ୟାୟ ଆଯରମ୍ଭ ହୋଇଥିବା ଘଟଣା ବିଶ୍ୱରେ ଏକ ନୂତନ ଆତଙ୍କର ବାତାବରଣ ଖେଳି ଯାଇଛି । ଇଂଲଣ୍ଡରେ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଛନ୍ତି । ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ । ଡିସେମ୍ବର ୨୨ ରାତି ୧୧ଟା୫୯ମିନିଟ ମଧ୍ୟରେ ବ୍ରିଟେନରୁ ଆସିଥିବା ବିମାନ ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଡିସେମ୍ବର ୩୧ ପରେ ପରିସ୍ଥିତିକୁ ଧ୍ୟାନରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନେବେ ସରକାର । ପ୍ରାପ୍ତ ସୂଚନା ମୁତାବକ ଋଷ ସରକାର ମଧ୍ୟ ଯୁକ୍ତରାଜ୍ୟ ବା ଇଂଲଣ୍ଡରୁ ବିମାନ ଉଡ଼ାଣ ଆଜି ବନ୍ଦ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ଏକ ଭୟଙ୍କର ରୂପ ଧାରଣ କରି ଲୋକଙ୍କୁ ବ୍ୟାପୁଥିବା ଯୋଗୁଁ ଏଭଳି ସ୍ଥିତିରେ ଋଷିଆ ଓ ଇଂଲଣ୍ଡ ମଧ୍ୟରେ ବିମାନ ଚଳାଚଳ ଗୋଟିଏ ସପ୍ତାହ ପାଇଁ ବନ୍ଦ କରିଦିଆଯାଇଛି ।
ସୂଚନା ମୁତାବକ, ବ୍ରିଟେନକୁ ନୂଆ ରୂପରେ ଫେରିଥିବା କରୋନା ଭାଇରସ୍‌ ଭୟଙ୍କର ରୂପ ନେଇ ଦ୍ରୁତ ଗତିରେ ବ୍ୟାପୁଛି । ଏହି ଭାଇରସ ଅଣାୟତ୍ତ ହୋଇଥିବାରୁ ବ୍ରିଟେନରେ ରବିବାର ଠାରୁ ପୁଣି ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ନୂଆ ଭାଇରସ ଆତଙ୍କ ଯୋଗୁଁ ଭାରତ, ଜର୍ମାନୀ, ନେଦରଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ ସହିତ ଯାତ୍ରୀ ବିମାନ ସେବାକୁ ବାତିଲ କରିଦେଇଛନ୍ତି । ଲଣ୍ଡନରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନୂଆ କରୋନା ଭାଇରସ ଅଣାୟତ୍ତ ହେଉଥିବାରୁ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଲଣ୍ଡନ ସମେତ ସମଗ୍ର ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍ସନ୍‌ ଲଣ୍ଡନର ସମସ୍ତ ଅଞ୍ଚଳରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌ ଘୋଷଣା କରିଛନ୍ତି । ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି । ଏହିସବୁ ଅଞ୍ଚଳରେ ବଡ଼ଦିନ ଉତ୍ସବ ଫିକା ପଡ଼ିବ । ବଡ଼ଦିନ ପାଇଁ ପରିବାର ସମାବେଶ ଉପରେ କଟକଣା ଜାରି କରାଯାଇଛି । ଅଦରକାରୀ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରଖାଯାଇଛି । କଟକଣା ଯୋଗୁଁ ଦେଶର ୩୧ ଭାଗ ଲୋକ ପ୍ରଭାବିତ ହେବେ । ତେବେ ଅନ୍ୟ ଅଞ୍ଚଳରେ ବଡ଼ଦିନ ଉତ୍ସବ ଜାରି ରହିବ ବୋଲି ଜଣାପଡିଛି । ଇତିମଧ୍ୟରେ ଭାରତରେ ଗତ କିଛି ଦିନ ଧରି ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କେରଳରେ କିନ୍ତୁ ଗତ ୨୪ ଘଣ୍ଟାରେ ୫୭୧୧ ସଂଖ୍ୟକ ନୂତନ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ରରେ ସର୍ବାଧିକ ୯୮ ଜଣ ରୋଗୀ ପୁଣି ମୃତୁ୍ୟବରଣ କରିବା ଯୋଗୁଁ ରାଜ୍ୟରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୮ ହଜାର ୭୪୬କୁ ପହଞ୍ଚିଛି । ଏଭଳି ଦିନକରେ ୨୪ ହଜାର ୩୩୭ ସଂଖ୍ୟକ ବ୍ୟକ୍ତି ପୁଣି ଆକ୍ରାନ୍ତ ହେବା ଯୋଗୁଁ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧ କୋଟି ୫୫ ହଜାର ୫୬୦କୁ ବୃଦ୍ଧି ପାଇଛି । ପୁଣି ଦିନକରେ ୩୩୩ ସଂଖ୍ୟକ ରୋଗୀଙ୍କ ଜୀବନ ଯିବା ଯୋଗୁଁ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦କୁ ବୃଦ୍ଧି ପାଇଛି ।
ଭାରତରେ ପ୍ରଭାବିତଙ୍କ ସଂଖ୍ୟା କମିଥିବା ବେଳେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ସ୍ଥିତି ସମ୍ବେଦନଶୀଳକ ହୋଇପଡିଛି । ତେଣୁ ଦେଶବାସୀ ଏଥିପ୍ରତି ଭୟଭୀତ ହେବାର କାରଣ ନାହିଁ । କାରଣ ଦେଶବାସୀଙ୍କୁ ୨୦୨୧ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ହିଁ ଟିକାକରଣ ଆରମ୍ଭ କରିବା ପାଇଁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ପ୍ରଥମ ଦାୟିତ୍ୱ ରହିଛି ଯେ,
ଲୋକମାନଙ୍କୁ କିଭଳି କରୋନା ପ୍ରତିରୋଧକ ଟିକା ଯୋଗାଇ ଦେବେ । ସୁରକ୍ଷିତ ଭାବରେ ଏହି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପରିଚାଳନା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଇଂଲଣ୍ଡରେ ନୂତନ ଧରଣର ଯେଉଁ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟରେ ଗତି କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସରକାର ସମସ୍ତ ପ୍ରସଂଗରେ ଅବଗତ ଅଛନ୍ତି । ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଭାରତରେ ଅଧିକ ପ୍ରଭାବିତ ରାଜ୍ୟ ଭାବେ ପରିଚିତ ମହାରାଷ୍ଟ୍ରକୁ ବହୁ ଦେଶର ଲୋକମାନଙ୍କର ଯାତାୟତ ଲାଗି ରହିଥିବା ଯୋଗୁଁ ରାଜ୍ୟରେ ପୁଣି କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତ୍ରୀ ଠାରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳିନ କର୍ଫୁ୍ୟ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ଏହି ସମ୍ପୂର୍ଣ୍ଣ ରାତ୍ରିକାଳିନ କର୍ଫୁ୍ୟ ସୋମବାର ରାତ୍ରୀ ୧୧ ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ । ଏଭଳି ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାତ୍ରିକାଳିନ କର୍ଫୁ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ । ମୁମ୍ବାଇଁ ନଗରୀ ସମେତ ରାଜ୍ୟର ସମସ୍ତ ପୌରପାଳିକା ନିଗମରେ ଏହି କଡ଼ା ନିୟମ ପାଳନ ହେବ । ଇଂଲଣ୍ଡରେ ଯେଉଁଭଳି ଏକ ଭୟଙ୍କର ନୂତନ କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିମାନ ଉଡ଼ାଣ ବନ୍ଦ କରିଥିବା ଯୋଗୁଁ ମହାରାଷ୍ଟ୍ରରେ ରାତ୍ରିକାଳିନ କର୍ଫୁ୍ୟ ମଧ୍ୟ ଆରମ୍ଭ କରାଯାଇଛି । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ୟୁରୋପୀୟ ରାଷ୍ଟ୍ରମାନଙ୍କରୁ ଯେଉଁ ଯାତ୍ରୀମାନେ ଭାରତକୁ ପ୍ରବେଶ କରିବେ ସେମାନଙ୍କୁ ପଣି ଥରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ । ଠିକ୍‌ ସେହିଭଳି ପୁଣି ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ । ଉଚ୍ଚସ୍ତରୀୟ ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଲୋଚନା କରିବା ପରେ ଏଭଳି ରାତ୍ରିକାଳିନ କର୍ଫୁ୍ୟ ଓ ସଙ୍ଗରୋଧ ପ୍ରସଙ୍ଗରେ ନିଷ୍ପତ୍ତି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

Read More...

ଦିନକ ପରେ କାଳିଆ ଦର୍ଶନ

ଦିନକ ପରେ କାଳିଆ ଦର୍ଶନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page